www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍ତର୍ଜାତୀୟ ମହିଳା ଦିବସ: ଏହି ସ୍ଥାନରେ ମହିଳାଙ୍କୁ ମିଳିବ ମାଗଣା ଏଣ୍ଟ୍ରି

ନୂଆଦିଲ୍ଲୀ : ଆଜି ୮ ମାର୍ଚ୍ଚରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହେଉଛି । ଏହି ଦିନ ମହିଳାଙ୍କ ପାଇଁ ବହୁତ ଖାସ୍ । ଆଜି ମହିଳାଙ୍କ ପାଇଁ ଏହି ଦିନକୁ ଖାସ୍ କରିବା ପାଇଁ ସାରା ଦେଶରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଭାରତରେ ଅନେକ ସ୍ଥାନରେ ମହିଳାଙ୍କୁ ମାଗଣା ପ୍ରବେଶ କରାଇବାକୁ ଅନୁମତି ଦିଆଯାଇଛି । ସଂସ୍କୃତି ମନ୍ତ୍ରାଳୟ ୨୦୧୯ ମସିହାରେ ମହିଳାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ଖାସ୍ ଉପହାର ଦେଇ ଭାରତୀୟ ମହିଳା ପର୍ଯ୍ୟଟକଙ୍କୁ ଏବଂ ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ମାଗଣାରେ ଏଣ୍ଟ୍ରି କରିବାକୁ ଅନୁମତି ଦେଇଥିଲା ।

ସେବେଠୁ ପ୍ରତି ବର୍ଷ ମହିଳା ଦିବସ ଦିନ ମହିଳାମାନେ ଭାରତରେ କୌଣସି ବି ସ୍ମାରକରେ ବିନା କୌଣସି ପଇସାରେ ବୁଲିପାରିବେ । ଏହି ଅବସରରେ ଆପଣ ନିଜ ବନ୍ଧୁ ଏବଂ ପରିବାରବର୍ଗଙ୍କ ସହିତ ସେଲିବ୍ରେଟ୍ କରିପାରିବେ । ଦିଲ୍ଲୀ ସ୍ଥିତ ଐତିହାସିକ ଲାଲ୍ କିଲ୍ଲା, କୁତବମୀନାର ଆଦିରେ ବିନା ଟିକେଟରେ ଏଣ୍ଟ୍ରି କରିପାରିବେ । ଏହି ସ୍ଥାନମାନଙ୍କରେ ଆପଣଙ୍କୁ ବିଲକୁଲ ବି ପଇସା ଦେବାକୁ ପଡିବନି । ମହିଳା ଦିବସ ପରଦିନ ଶନିବାର ଏବଂ ରବିବାର ପଡୁଥିବାରୁ ଆପଣ ଆଗ୍ରା-ମଥୁରା ଟ୍ରିପ୍ ମଧ୍ୟ ଯୋଜନା କରିପାରିବେ । ତେବେ ତାଜମହଲ ଶୁକ୍ରବାର ବନ୍ଦ ରହୁଥିବାରୁ ଆପଣ ଆଗ୍ରା କିଲ୍ଲା, ଫତେହପୁର ସିକ୍ରି ସମେତ ଅନେକ ସ୍ଥାନରେ ମାଗଣାରେ ବୁଲିପାରିବେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories