BJD Bijuli 480×75 Mob

ଇସ୍ତଫା ଦେବେନି ମଣିପୁର ମୁଖ୍ୟମନ୍ତ୍ରୀ, ମହିଳା ସମର୍ଥକ ଚିରିଦେଲେ ଇସ୍ତଫା ପତ୍ର

BJD Bijuli 480×75 Mob

ଡେସ୍କ: ମଣିପୁର ହିଂସା ପରେ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ଇସ୍ତଫା ନେଇ ଲାଗି ରହିଥିବା ଚର୍ଚ୍ଚାର ଆଜି ପରିସମାପ୍ତି ଘଟିଛି। ଏକ ଟ୍ୱିଟରେ ସେ କହିଛନ୍ତି ଯେ ସେ ଏଭଳି ପରିସ୍ଥିତିରେ ନିଜ ପଦରୁ ଇସ୍ତଫା ଦେବେ ନାହିଁ। ଆଜି ଶ୍ରୀ ସିଂହ ଇସ୍ତଫା ଦେବା ଉଦ୍ଦେଶ୍ୟରେ ରାଜଭବନକୁ ବାହାରି ଥିବା ବେଳେ ଶହ ସହ ସଂଖ୍ୟାରେ ମହିଳା ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଏକତ୍ରିତ ହୋଇଥିଲେ।

ମଣିପୁର କ୍ୟାବିନେଟର ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେହି ଇସ୍ତଫା ପତ୍ର ପଢି ଶୁଣାଉଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛିଡା ହୋଇଥିବା ମହିଳା ସମର୍ଥକମାନେ ଇସ୍ତଫା ପତ୍ରକୁ ଟାଣି ନେଇ ଚିରି ଦେଇଥିଲେ। ସେମାନେ ଇସ୍ତଫା ନ ଦେବା ପାଇଁ ଶ୍ରୀ ସିଂହଙ୍କୁ ଅନୁରୋଧ କରୁଥିବା ଶୁଣାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ସେ ଇସ୍ତଫା ଦେବାକୁ ଉଚିତ ମନେ କରୁନାହାନ୍ତି।

Comments are closed.