mission shakti banner

ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

bjd gruha runa banner

ଭୁବନେଶ୍ବର : ଜାତୀୟ ଫେଡେରେସନ ଆଥଲେଟିକ୍ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ସର୍ବାଧିକ ୮୨.୨୭  ମିଟର ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ଜିତିଲେ ନୀରଜ । ଆଜି ସନ୍ଧ୍ୟାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜାତୀୟ ସିନିଅର ଫେଡେରସନ କପ୍ ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଶେଷ ଦିନ ଥିଲା । ନୀରଜ ଚୋପ୍ରା ଓ ଓଡ଼ିଶାର କିଶୋର ଜେନା ଜାଭେଲିନ ଥ୍ରୋ’ରେ ପ୍ରତିଦ୍ବନ୍ଦିତା କରିଥିଲେ  । ଏଥିରେ ସର୍ବାଧିକ ୮୨.୨୭  ମିଟର ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ଜିତିଛନ୍ତି ନୀରଜ ।

Comments are closed.