www.samajalive.in
Friday, December 5, 2025
23.1 C
Bhubaneswar

ନୀତି ଆୟୋଗ ବୈଠକରେ ଯୋଗଦେବେ ମମତା ବାନାର୍ଜୀ

କଲକାତା : ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ। ଏଥିରେ ଯୋଗଦେବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶୁକ୍ରବାର ଦିଲ୍ଲୀ ଗସ୍ତ କରିଛନ୍ତି। ନୀତି ଆୟୋଗ ବୈଠକକୁ ବିରୋଧୀ ଇଣ୍ଡି ମେଣ୍ଟ ବର୍ଜନ କରିବାକୁ ଘୋଷଣା କରିଥିବାବେଳେ ମମତା ବୈଠକରେ ଯୋଗଦେବେ ବୋଲି କହିଛନ୍ତି। ମମତାଙ୍କ ବ୍ୟତୀତ ନୀତି ଆୟୋଗ ବୈଠକରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଯୋଗଦେବେ। ହେମନ୍ତ ସୋରେନଙ୍କ ଦଳ ଜେଏମଏମ୍ ଇଣ୍ଡି ମେଣ୍ଟର ଅନ୍ୟତମ ସହଯୋଗୀ ଦଳ। ମମତା ଓ ହେମନ୍ତ ନୀତି ଆୟୋଗ ବୈଠକରେ ଯୋଗଦେବାକୁ ନେଇ ଇଣ୍ଡି ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଇଛି। ମାତ୍ର ମମତା କହିଛନ୍ତି ଯେ ବୈଠକରେ ସେ ଓ ହେମନ୍ତ ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରତିନିଧିତ୍ବ କରିବେ। ସେ କହିଛନ୍ତି ଯେ କେନ୍ଦ୍ର ବଜେଟ୍‌ରେ ଯେଉଁ ପକ୍ଷପାତିତା କରାଯାଇଛି ସେ ସମ୍ପର୍କରେ ବୈଠକରେ କହିବେ। ଏହା ସହିତ ପଶ୍ଚିମବଙ୍ଗକୁ ବିଭାଜନ କରିବା ଲାଗି ଶାସକ ଦଳ ଚଳାଇଥିବା ଷଡଯନ୍ତ୍ରର ​‌ସେ ପ୍ରତିବାଦ କରିବେ ବୋଲି କହିଛନ୍ତି। ନୀତି ଆୟୋଗ ବୈଠକକୁ କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନା ସହିତ ପଞ୍ଜାବ ଓ କେରଳ ମୁଖ୍ୟମନ୍ତ୍ରୀମାନେ ବର୍ଜନ କରିବାକୁ ଘୋଷଣା କରିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories