Patra electronics

ବଦଳିଲା ରାହୁଲ ଗାନ୍ଧୀଙ୍କ ଘର ଠିକଣା

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଯୋଗାଇ ଦିଆଯାଇଛି। ନୂଆଦିଲ୍ଲୀସ୍ଥ ସୁନହେରିବାଗସ୍ଥିତ ୫ ନମ୍ବର ବଙ୍ଗଳା ରାହୁଲଙ୍କୁ ଆବଣ୍ଟନ କରାଯାଇଛି। ବିରୋଧୀ ଦଳ ନେତା ହୋଇଥିବାରୁ ରାହୁଲ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସୁବିଧା ସୁଯୋଗ ପାଇବାକୁ ହକ୍‌ଦାର। ତେଣୁ ତାଙ୍କୁ ଟାଇପ୍‌-୮ ବଙ୍ଗଳା ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ ଗତବର୍ଷ ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ପରେ ତାଙ୍କୁ ତୋଗଲୋକ ଲେନ୍‌ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥିଲା। ସେହିଦିନଠାରୁ ରାହୁଲ ୧୦ ଜନପଥସ୍ଥିତ ବାସଭବନରେ ମାଆ ସୋନିଆଙ୍କ ସହ ରହୁଛନ୍ତି।

Comments are closed.