www.samajalive.in
Friday, December 5, 2025
20.1 C
Bhubaneswar

ମହାନଦୀରେ ସମ୍ଭାବ୍ୟ ବନ୍ୟାକୁ ନେଇ ପୁଲିସ ପକ୍ଷରୁ ସତର୍କତା

ହରଭଙ୍ଗା :ମହାନଦୀରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପୁରୁଣାକଟକ ଆଇଆଇସି ଶାରଦା ପ୍ରସନ୍ନ ଦାଶଙ୍କ ନେତୃତ୍ୱରେ ଏକ ଟିମ ପାଣିଘରା, ଧଳପୁର, ରାଉତପଡା, କୋଡାସିଙ୍ଗା ଭଳି ନଦୀକୁଳିଆ ଗାଁ ଲୋକଙ୍କୁ ସତର୍କ କରାଯାଇଛି। ଆସନ୍ତା ୨୮ ତାରିଖ ଦିନ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ନଦୀରେ ମାଛମରା, ନଦୀରେ ଗାଧୁଆ, ପାଧୁଆ,ଡ଼ଙ୍ଗାରେ ନଦୀପାର ଭଳି କାର୍ଯ୍ୟକୁ ବନ୍ଦ କରିବା ପାଇଁ ପୁଲିସ ପକ୍ଷରୁ ସଜାଗ କରାଯାଇଛି। ଏହାସହ ବନ୍ୟାଜଳ ଗାଁ ମୁହାଁ ହେବା ପୂର୍ବରୁ ନିକଟସ୍ଥ ଉଚ୍ଚ ସ୍ଥାନ ଏବଂ ବନ୍ୟା ଆଶ୍ରୟସ୍ଥଳକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। କୌଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ, ବି. ଡି. ଓ ଏବଂ ପୁଲିସର ସହାୟତା ଯୋଗାଇଦେବାକୁ ଆଇଆଇସି ଲୋକଙ୍କୁ ବୁଝାଇଥିଲେ। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନର ଆଶୁ ପଦକ୍ଷେପକୁ ସବୁ ମହଲରେ ପ୍ରଂଶସା କରାଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories