ଭାରତୀୟ ଜନଗଣନା ହେଉଛି ବିଶ୍ୱର ସର୍ବବୃହତ ପ୍ରଶାସନିକ ଏବଂ ପରିସଂଖ୍ୟାନର ମନ୍ଥନ
"ସାମାଜିକ ବିଜ୍ଞାନ ଅନୁସନ୍ଧାନରେ ଜନଗଣନା ତଥ୍ୟର ବ୍ୟବହାର"କର୍ମଶାଳା
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ନୂତନ ପ୍ରେକ୍ଷାଳୟରେ “ସାମାଜିକ ବିଜ୍ଞାନ ଅନୁସନ୍ଧାନରେ ଜନଗଣନା ତଥ୍ୟର ବ୍ୟବହାର” ଶୀର୍ଷକ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସେନସଶ ଅପରେସନ୍ସ ନିର୍ଦେଶକ ଉଦୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନଗଣନା ହେଉଛି ବିଶ୍ୱର ସର୍ବବୃହତ ପ୍ରଶାସନିକ ଏବଂ ପରିସଂଖ୍ୟାନର ମନ୍ଥନ ବୋଲି ପ୍ରକାଶ କରିଛନ୍ତି ।
କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତା ଅଭିଭାଷଣ ରଖି ସାମାଜିକ ବିଜ୍ଞାନ ଅନୁସନ୍ଧାନରେ ଜନଗଣନା ତଥ୍ୟର ବ୍ୟବହାରର ପରିସର କେବଳ ସାମାଜିକ ବିଜ୍ଞାନ ମଧ୍ୟରେ ସୀମିତ ନରହି ଅନ୍ୟ ସମସ୍ତ ବିଭାଗକୁ ପହଞ୍ଚିବା ବାଞ୍ଚନୀୟ ବୋଲି ବର୍ଣ୍ଣନା କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସିୟାଇଏସଡି ପ୍ରତିଷ୍ଠାତା ଜଗଦାନନ୍ଦ ଯୋଗ ଦେଇ ଜନଗଣନା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ ଏବଂ ସାମ୍ପ୍ରତିକ ସମୟରେ ତଥ୍ୟର ଅନୁସନ୍ଧାନ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ ।
ଏହି କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଉଦୟ ଏସ. ମିଶ୍ର, ଅନୁପମ ଲାହିରି, ପ୍ରଫେସର ପ୍ରିୟ ଆର. ଦାଶ, ପ୍ରଫେସର କେଶବ ଦାସ ଯୋଗ ଦେଇ ଭାରତୀୟ ଜନଗଣନା ଓ ଏହାର ଅନୁସନ୍ଧାନର ଆବଶ୍ୟକତା, ପ୍ରଭାବ ସମ୍ବନ୍ଧରେ ନିଜର ମତ ରଖିଥିଲେ।
Comments are closed.