www.samajalive.in
Sunday, December 7, 2025
14.1 C
Bhubaneswar

୨୦ ଟନ ଗୋମାଂସ ବୋଝେଇ ଟ୍ରକ ଜବତ, ୨ ଗିରଫ

ଗୁରୁଡିଝାଟିଆ: ବେଧଡକ ଭାବରେ ଗୋ’ମାତାଙ୍କୁ କଟାଯାଉଛି । ମାଂସକୁ ଚାଲାଣ କରାଯାଉଛି ବିଭିନ୍ନ ରାଜ୍ୟକୁ । ଫଳରେ ଗୋ ସମ୍ପଦ ଏବେ ସଂକଟରେ । ସୁଚିନ୍ତିତ ଯୋଜନା ମୁତାବକ ସଂଘଠିତ ଦଳ ଏଭଳି କାର୍ଯ୍ୟ କରୁଥିବା ଖୁଣ୍ଟୁଣୀ ପୁଲିସ ହାତରେ ଲାଗିଛି ତଥ୍ୟ । ଶୁକ୍ରବାର ଖୁଣ୍ଟୁଣୀ ପୁଲିସ ଏକ ଗୋମାଂସ ବୋଝେଇ ଟ୍ରକ ଜବତ କରିବା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ବୋଝେଇ ମାଂସ ତିଗିରିଆର କରଡାପଲ୍ଲୀରୁ ମହାରାଷ୍ଟ୍ର ଯାଉଥିବା ଜଣାପଡ଼ିଛି । ଅଭିଯୁକ୍ତଦ୍ୱୟ ହେଲେ ଟ୍ରକ ଚାଳକ ବଳରାମ କଦମ(୩୬) ଓ ହେଲପର କୁନାଲ ନରୱାଡେ (୨୪)। ସେମାନଙ୍କ ଘର ମହାରାଷ୍ଟ୍ରର ନଣ୍ଡେହା ଜିଲ୍ଲାରେ।

ଖୁଣ୍ଟୁଣୀ ପୁଲିସ ରାତ୍ରକାଳୀନ ପାଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ କିଛି ଯୁବକ ଏକ ଗୋମାଂସ ବୋଝେଇ ଟ୍ରକକୁ ଅଟକ ରଖିଥିବା ଦେଖିଥିଲେ । ଅନୁଧ୍ୟାନ କରିବା ବେଳେ ଦେଖିବାକୁ ମିଳିଥିଲା ଟ୍ରକରେ ପ୍ରାୟ ୨୦ଟନ ଗୋମାଂସ ବୋଝେଇ ହୋଇ ରହିଛି । ତୁରନ୍ତ ଟ୍ରକଟିକୁ ଜବତ କରିବା ସହ ଚାଳକ ଓ ହେଲପରକୁ ପୁଲିସ ଗିରଫ କରିଥିଲା। ଜବତ ମାଂସକୁ ଏକ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ପୋତିଦିଆଯାଇଛି । ଏହି ଗୋମାଂସ ଚାଲାଣ ରାକେଟରେ ତିଗିରିଆ ଥାନା କରଡାପଲ୍ଲୀ ଓ ଖୁଣ୍ଟୁଣୀ ଥାନା ଅଞ୍ଚଳର ବହୁ ଯୁବକ ସଂଶ୍ଲିଷ୍ଟ ଥିବା ପୋଲିସ ହାତରେ ତଥ୍ୟ ଲାଗିଛି । ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ପ୍ରକାଶ କରିଛନ୍ତି ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories