www.samajalive.in
Monday, December 8, 2025
13.1 C
Bhubaneswar

ଦେଖନ୍ତୁ ଭିଡିଓ: ଦାରିଦ୍ର୍ୟ ପାଇଁ ବାଜି ଲାଗିଲା ଜୀବନ, ଟ୍ରେନ ବଗି ତଳେ ଶୋଇ ୨୫୦ କିମି ଯାତ୍ରା କଲେ ଯୁବକ

ସମାଜ ଡିଜିଟାଲ ଡେସ୍କ: ଦାରିଦ୍ର୍ୟ ମଣିଷକୁ କିପରି ନିଜ ଜୀବନ ସହିତ ସାଲିସ କରିବାକୁ ବାଧ୍ୟ କରେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜବଲପୁର ଷ୍ଟେସନ ନିକଟରେ। ଟିକେଟ କରିବାକୁ ଅର୍ଥ ନ ଥିବାରୁ ଜଣେ ଯୁବକ ଟ୍ରେନ ବଗି ତଳେ ଶୋଇ ରହି ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରା କରିଛନ୍ତି। ତାହା ପୁଣି ଦୀର୍ଘ ୨୫୦ କିଲୋମିଟର।

ଗତ ୨୪ ତାରିଖ ଦିନ ଇତାରସି-ଜବଲପୁର ଦାନପୁର ଏକ୍ସପ୍ରେସ ଜବଲପୁର ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ ଧୀରେ ଧୀରେ ଯାଉଥିବା ସମୟରେ ରେଳ କର୍ମଚାରୀ ଟ୍ରେନର ନିୟମିତ ତଦାରଖ କରିଥିଲେ। ଏହି ସମୟରେ ଏକ ବଗି ତଳେ ଚକକୁ ଲାଗି ଜଣେ ଯୁବକ ଶୋଇଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ତୁରନ୍ତ ଲୋକ ପାଇଲଟଙ୍କୁ ଟ୍ରେନ ଅଟକାଇବାକୁ କହିଥିଲେ। ଟ୍ରେନ ଅଟକିବା ପରେ ଉକ୍ତ ଯୁବକଙ୍କୁ ବାହାରକୁ ଆସିବାକୁ ରେଳ କର୍ମଚାରୀ ଜଣକ  କହିଥିଲେ।

- Advertisement -

ଏପରି ବିପଦପୂର୍ଣ୍ଣ ଅବସ୍ଥାରେ କାହିଁକି ଯାତ୍ରା କରୁଛ ବୋଲି ପଚରାଯିବାରୁ ଯୁବକ ଜଣକ କହିଥିଲେ ଯେ, ଟିକେଟ ପାଇଁ ଟଙ୍କା ନ ଥିବାରୁ ସେ ବାଧ୍ୟହୋଇ ଏପରି ଯାତ୍ରା କରିଥିଲେ। ତେବେ ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଆରପିଏଫ ପକ୍ଷରୁ କୁହାଯାଇଛି। ଯୁବକଙ୍କ ଟ୍ରେନ ଯାତ୍ରାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଯାହାକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories