ମନମୋହନ ସିଂହଙ୍କ ବିୟୋଗରେ ପଞ୍ଜାବ ଓ ବିହାରରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ପଞ୍ଜାବ ସରକାର ଜାନୁଆରୀ ପହିଲା ପର୍ଯ୍ୟନ୍ତ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ କୌଣସି ସରକାରୀ ଉତ୍ସବ ଆୟୋଜନ କରାଯିବ ନାହିଁ ଏବଂ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ବିହାର ସରକାର ମଧ୍ୟ ୭ ଦିନିଆ ଶୋକ ଘୋଷଣା କରିଛନ୍ତି। ଆଜିଠାରୁ ୨୦୨୫ ଜାନୁଆରି ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଶୋକ ପାଳନ କରାଯିବ। ଆଜି ହେବାକୁ ଥିବା ଅନେକ ସାଧାରଣ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

Comments are closed.