www.samajalive.in
Monday, December 8, 2025
13.1 C
Bhubaneswar

ଛେଳି ଗିଳିଦେଲା ଅଜଗର

ନୀଳଗିରି: ସ୍ୱର୍ଣ୍ଣଚୂଡ଼ ପାହାଡ଼ର ପାଦଦେଶ ତଥା ବାଲେଶ୍ୱର ଜିଲା ନୀଳଗିରି ଏନ୍‍ଏସି ଘାଟଘରସାହିସ୍ଥିତ ଅଳେଇଚଣ୍ଡୀ ମନ୍ଦିର ନିକଟରେ ଥିବା ବନ୍ଧ ଉପରେ ଗୋଟିଏ ୧୨ଫୁଟିଆ ଅଜଗର ସାପକୁ ସ୍ଥାନୀୟଲୋକେ ଧରିଥିବା ଜଣାପଡ଼ିଛି। ଏହି ସାପଟି ଖାଦ୍ୟ ଅନ୍ୱେଷଣରେ ପାହାଡ଼ରୁ ବସ୍ତି ଅଞ୍ଚଳକୁ ଯାଉଥିଲା । ସେଠାରେ ଚରୁଥିବା ଗୋଟିଏ ଛେଳିକୁ ଏହି ସାପଟି ଗିଳି ଦେଇଥିଲା । ସ୍ଥାନୀୟଲୋକେ ଏହା ଜାଣିବା ପରେ ସାପଟିକୁ ଧରିଥିଲେ । ଖବରପାଇ ସାପଧରାଳି ବିରଜା ଶଙ୍କର ବେହେରା, ଦିଲୀପ ପାତ୍ର ପ୍ରମୁଖ ସେଠାରେ ପହଞ୍ଚି କୌଶଳକ୍ରମେ ଉକ୍ତ ବିରାଟକାୟ ସାପକୁ ଉଦ୍ଧାର କରି କୁଲଡିହା ଜଙ୍ଗଲରେ ଛାଡ଼ି ଦେଇଛନ୍ତି । ସୂଚନା ଯେ, ବର୍ଷା ଋତୁରେ ସ୍ୱର୍ଣ୍ଣଚୂଡ଼ ପାହାଡ଼ରୁ ବହୁ ବିଷଧର ସାପ ଜନବସତି ମୁହାଁ ହୋଇଥାନ୍ତି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories