www.samajalive.in
Sunday, December 7, 2025
23.1 C
Bhubaneswar

ଓଡିଶାର ପାରମ୍ପରିକ ହସ୍ତତନ୍ତର ପ୍ରଚାର ପ୍ରସାରରେ ସହାୟକ ହେବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ ବିମାନବନ୍ଦର ଭିତରେ ବୟନିକାର ଏକ ସ୍ବତନ୍ତ୍ର ବିକ୍ରୟ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୟନିକାର ଏହି ସ୍ବତନ୍ତ୍ର ଶୋରୁମ୍ ଓଡିଶାର ପାରମ୍ପରିକ ହସ୍ତତନ୍ତର ଗାରିମାକୁ ରାଜ୍ୟ ଓ ଦେଶ ବାହାରେ ପ୍ରତିପାଦିତ କରିବା ସହିତ ଏହା ପ୍ରଚାର ପ୍ରସାରରେ ସହାୟକ ହେବ । ଏଥିପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଏହି ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଆଧାରରେ ଓଡିଶାର ହସ୍ତତନ୍ତ ସହିତ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦ ଗୁଡିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଦୃତ କରିବା ପାଇଁ ଏହି ପଦକ୍ଷେପ ସହାୟକ ହେବ।

- Advertisement -

ସୂଚନାଯୋଗ୍ୟ ଯେ ଉତ୍କର୍ଷ କଳାର ନିଦର୍ଶନ ଭାବରେ ଓଡିଶା ହସ୍ତତନ୍ତ ତାହାର ପରିଚୟ ଜାତୀୟ ତଥା ଅର୍ନ୍ତଜାତୀୟ ବଜାରରେ ଜାହିର କରିପାରିଛି। ଓଡିଶା ହସ୍ତତନ୍ତର ରୁଚିପୂର୍ଣ୍ଣ ବୁଣାଶୈଳୀ ଓ ଆକର୍ଷଣୀୟ ଡିଜାଇନ୍ ଯୋଗୁଁ ବିଶ୍ୱ ବଜାରରେ ଚାହିଦା ରହିଛି।

ଓଡିଶା ହସ୍ତତନ୍ତ ଉତ୍ପାଦର ପ୍ରଚାର ଓ ପ୍ରସାର ନିମନ୍ତେ ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସର୍ବଦା କାର୍ଯ୍ୟ କରିଆସୁଛି। ଏହି ବିଭାଗ ଅଧିନରେ ଥିବା ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ, ବୟନିକା ଓଡିଶାର ହସ୍ତତନ୍ତକୁ ବିଶ୍ୱ ଦରବାରରେ ଆଦୃତ କରାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଅଛି।

ଏହି ଉଦ୍ଦେଶ୍ୟରେ କେବଳ ଜିଆଇ ମାନ୍ୟତା ପ୍ରାପ୍ତ ୯ ଗୋଟି ଓଡିଶା ହସ୍ତତନ୍ତ ଉତ୍ପାଦ ଯଥା କୋଟପାଡ୍ ବସ୍ତ୍ର, ଓଡିଶା ଇକତ୍‌, ଖଣ୍ଡୁଆ ଶାଢୀ, ଗୋପାଳପୁର ଟସର ବସ୍ତ୍ର, ଧଳାପଥର ପରଦା ଓ ବସ୍ତ୍ର, ସମ୍ବଲପୁରୀ ବାନ୍ଧ ଶାଢୀ ଓ ବସ୍ତ୍ର, ବମକାଇ ଶାଢୀ, ହାବାସ୍‌ପୁରୀ ଶାଢୀ, ବରହମ୍‌ପୁର ପାଟ ଶାଢୀ ଓ ଫୋଡାକୁମ୍ଭ ଶାଢୀ ଇତ୍ୟାଦିର ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରର ଗେଟ୍ ନଂ.୭ ନିକଟସ୍ଥ ପ୍ରଥମ ମହଲାର ସୁରକ୍ଷା ହଲ୍ଟ ଅଂଚଳରେ ଏକ ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ର ଖୋଲାଯାଇଛି।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସହିତ ଓଡିଶା ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ରହିଥିଲେ। ଉଦଘାଟନ ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ ପାଢୀ ମୁଖ୍ୟମନ୍ତ୍ରୀଙ୍କୁ ବିକ୍ରୟ କେନ୍ଦ୍ରରେ ଉପଲବ୍‌ଧ ଥିବା ରୁଚିପୂର୍ଣ୍ଣ ହସ୍ତତନ୍ତ ଉତ୍ପାଦ ଗୁଡିକ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ । ନିର୍ଦ୍ଦେଶକ, ବୟନଶିଳ୍ପ ଓ ହସ୍ତତନ୍ତ, ଶ୍ରୀଯୁକ୍ତ ଶୋଭନ କୃଷ୍ଣ ସାହୁ, ବୟନିକାର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ, ଯୁ୍‌ଗ୍ମ ସଚିବ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଶ୍ରୀମତୀ ଅନନ୍ୟା ଦାସ, ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

ଭୁବନେଶ୍ୱର ବିଜୁପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଦେଶ ତଥା ଦେଶ ବାହାରକୁ ଯାତ୍ରା କରୁଥିବା ଯାତ୍ରୀ, ବିମାନ ବନ୍ଦରରେ ଏହି ଜିଆଇ ମାନ୍ୟତା ପ୍ରାପ୍ତ ଓଡିଶା ହସ୍ତତନ୍ତ ଉତ୍ପାଦ ଗୁଡିକୁ କିଣି ପାରିବେ । ସମସ୍ତଙ୍କୁ ଓଡିଶା ହସ୍ତତନ୍ତ ବିଷୟରେ ଅବଗତ କରିବା ପ୍ରୟାସ୍‌ରେ ଏହି ଆଧୁନିକ ନୂଆ ବୟନିକା ବିକ୍ରୟ କେନ୍ଦ୍ରକୁ ଖୋଲାଯାଇଛି।ସୂଚନାଯୋଗ୍ୟ ଯେ ଏହି କେନ୍ଦ୍ରରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା କରାଯାଇଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories