www.samajalive.in
Friday, December 5, 2025
20.1 C
Bhubaneswar

ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୦.୭୧ ଫୁଟ: ସତର୍କତା ଅବଲମ୍ବନ ପାଇଁ ପ୍ରଚାର

ହୀରାକୁଦ : ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୦.୭୧ ଫୁଟରେ ପହଞ୍ଚିଛି। ଆସନ୍ତା ୨୮ ତାରିଖ ପୂର୍ବାହ୍ଣ ୯ଟାରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ।  ତେଣୁ ଏନେଇ ଡାକବାଜି ଯନ୍ତ୍ରରେ ସହରବାସୀଙ୍କୁ ସଚେତନ କରାଯାଇଛି। ନଦୀକୁ ନ ଯିବା ଲାଗି ଲୋକଙ୍କୁ ସତର୍କ କରାଯିବା ସହ ନିର୍ଦେଶର ଖିଲାପ କଲେ ମୁଖ୍ୟବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି କୁହାଯାଇଛି।  ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୦.୭୧ ଫୁଟ ରହିଥିବା ବେଳେ ଉପରମୁଣ୍ଡରୁ ୨ ଲକ୍ଷ ୨୩ ହଜାର ୬୭୫ କ୍ୟୁସେକ୍‌‌ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି।  ବିଭିନ୍ନ ମାଧ୍ୟମରେ ୩୯,୧୧୪ କ୍ୟୁସେକ୍‌‌ ଜଳ ନିଷ୍କାସନ ହେଉଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories