www.samajalive.in
Friday, December 5, 2025
26.1 C
Bhubaneswar

୨୯ ଜୁଲାଇରେ ଗଜକେସରୀ ଯୋଗ : ଭୋଳାଶଙ୍କର ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ଚାକିରି..

ଶ୍ରାବଣ ମାସ ଭଗବାନ ଶିବଙ୍କୁ ଖୁବ୍‌ ପ୍ରିୟ । ଏହି ମାସର ୨ୟ ସୋମବାର ୨୯ ଜୁଲାଇରେ । ଏହି ଦିନ ଚନ୍ଦ୍ରମା ବୃଷ ରାଶିରେ ପ୍ରବେଶ କରିବେ । ଏଠାରେ ଗୁରୁ ଗ୍ରହ ପୂର୍ବରୁ ହିଁ ବିରାଜମାନ ରହିଛନ୍ତି । ଏହି ୨ ଗ୍ରହ ଏକାଠି ହେବା ଦ୍ୱାରା ଗଜକେସରୀ ଯୋଗ ସୃଷ୍ଟି ହେଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗଜକେସରୀ ଯୋଗ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି ।

ହିନ୍ଦୁ ପଞ୍ଜିକା ଅନୁସାରେ ଏହି ଦିନ ଗଜକେସରୀ ଯୋଗ ସହ ତ୍ରିଗ୍ରହୀ ଯୋଗ ମଧ୍ୟ ସୃଷ୍ଟି ହେଉଛି । ୨୯ ଜୁଲାଇ ଦିନ ଖୁବ୍‌ ଖାସ୍‌ । ଜାଣନ୍ତୁ ଏହି ଯୋଗ କାରଣରୁ କେଉଁ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବ । ବିଶେଷ ଶୁଭଫଳ ମିଳିବ ।

ରାତି ଗୋଟାଏ ପରେ ଅଛି କି ଶୋଇବା ଅଭ୍ୟାସ? ଜାଣନ୍ତୁ..

- Advertisement -

ମେଷ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ୨ୟ ଭାଗରେ ଗଜକେସରୀ ଯୋଗ ଓ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେଉଛି । ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ । ପଦନ୍ନୋତି ସହ ବଡ ଦାୟିତ୍ୱ ମିଳିବ । ଆତ୍ମବିଶ୍ୱାସ ଓ ସାହସ ବୃଦ୍ଧି ପାଇବା ସହ ମାନ-ସମ୍ମାନ ମଧ୍ୟ ବୃଦ୍ଧି ହେବ ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶ୍ରାବଣ ସୋମବାରରେ ଖୁବ୍‌ ଲାଭ ମିଳିବ । ପରିବାରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ମଧ୍ୟ ସଫଳତା ମିଳିବ । ଯାନ, ଭୂମି, ଗହଣା କିଣିବାର ଯୋଗ ରହିଛି ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭୋଳାଶଙ୍କରଙ୍କ ବିଶେଷ କୃପା ପ୍ରାପ୍ତି ହେବ । ଅଟକି ଥିବା କାମ ପୂରଣ ହେବ । ନୂଆ ନୂଆ କାମ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

ସତେଜ ନା ବାସି ; କେଉଁମାନେ ବାସି ରୁଟି ଖାଇବା ବରଦାନ..

 

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories