www.samajalive.in
Saturday, December 6, 2025
26.1 C
Bhubaneswar

ରାକ୍ଷୀ ପୂର୍ଣ୍ଣିମା: ୯୦ ବର୍ଷ ପରେ ୪ ଅଦ୍ଭୁତ ସଂଯୋଗ: ଅତ୍ୟନ୍ତ ଶୁଭଙ୍କର

ରାକ୍ଷୀ, ରକ୍ଷାସୂତ୍ରର ଡୋର ଭାଇଭଉଣୀଙ୍କ ସମ୍ପର୍କକୁ ଅତୁଟ ରଖିଥାଏ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ପ୍ରାୟ ୯୦ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ୪ ଶୁଭ ମହା ସଂଯୋଗ ସୃଷ୍ଟି ହେଉଛି । ଗ୍ରହ-ନକ୍ଷତ୍ରଙ୍କ ଅଦ୍ଭୁତ ସଂଯୋଗ ଭାଇଭଉଣୀ ସମ୍ପର୍କକୁ ମଜଭୁତ କରିଥାଏ ।

ପଞ୍ଜିକା ଅନୁସାରେ, ୧୯ ଅଗଷ୍ଟରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବ । ରକ୍ଷାବନ୍ଧନ ଦିନ ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ, ଶୋଭନ ଯୋଗ ଓ ଶ୍ରବଣ ନକ୍ଷତ୍ରର ମହାସଂଯୋଗ ସୃଷ୍ଟି ହେଉଛି । ଏହିଦିନ ଶ୍ରାବଣର ଶେଷ ସୋମବାର । ଏହି ଦିନ ଖୁବ୍‌ ଶୁଭଙ୍କର ।

୨୯ ଜୁଲାଇରେ ଗଜକେସରୀ ଯୋଗ : ଭୋଳାଶଙ୍କର ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ଚାକିରି..

- Advertisement -

୧୯ ଅଗଷ୍ଟ ସକାଳ ଠାରୁ ଆରମ୍ଭ କରି ରାତି ୮ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ସର୍ବାର୍ଥ ସିଦ୍ଧି ଯୋଗ ଓ ରବିଯୋଗ । ସର୍ବାର୍ଥ ସିଦ୍ଧି ଯୋଗରେ କରାଯାଇଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ । ଏହି ସମୟରେ ରକ୍ଷାସୂତ୍ର ବାନ୍ଧିବା ଦ୍ୱାରା ଭାଇଙ୍କ ଉପରେ ଆସିବାକୁ ଥିବା ସମସ୍ତ ବାଧା ଦୂର ହୋଇଥାଏ । ଆରୋଗ୍ୟ ହେବାର ବରଦାନ ମିଳିବା ସହ ଶରୀର ସୁସ୍ଥ ରହିଥାଏ ।
ପଞ୍ଜିକା ଅନୁସାରେ ୧୮ ଅଗଷ୍ଟ ରାତି ୨ଟା ୨୧ ମିନିଟରୁ ଭଦ୍ରା ଆରମ୍ଭ ହୋଇ ୧୯ ଅଗଷ୍ଟ ୧ଟା ୨୪ରେ ଶେଷ ହେବ । ଏହାପରେ ରାକ୍ଷୀ ବାନ୍ଧିବା ଶୁଭଙ୍କର ।

ଆଧାରକାର୍ଡ ତଥ୍ୟ ଦେଉଥିଲେ.. ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ !ଜାଣନ୍ତୁ କେମିତି ବର୍ତ୍ତିବେ

ଶୁଭ ସମୟରେ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇ ଦୀର୍ଘାୟୁ ହେବା ସହ ଶୁଭଫଳ, ଐଶ୍ୟର୍ଯ୍ୟ, ସୌଭାଗ୍ୟର ବରଦାନ ମିଳିଥାଏ । ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

ଏହି ପ୍ଲାନରେ ବାଜି ମାରିଲା ବିଏସଏନଏଲ

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories