www.samajalive.in
Saturday, December 6, 2025
14.1 C
Bhubaneswar

ନଦୀ ଗଣ୍ଡରୁ ଆଦିବାସୀଙ୍କ ମୃତଦେହ ଉଦ୍ଧାର

ପାତ୍ରପୁର: ଜରଡ଼ା ଥାନା ତୁମ୍ବା ପଞ୍ଚାୟତ ସିଲେଇ ଶିଙ୍ଗି ଗ୍ରାମରୁ ନିଖୋଜ ଜଣେ ବ୍ୟକ୍ତିଙ୍କ ମୃତ ଦେହ ନଦୀ ଗଣ୍ଡରୁ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ସିଲେଇ ଶିଙ୍ଗି ଗ୍ରାମର କାଳିଆ ଶବର (୫୮) ବୋଲି ଜଣାପଡିଛି। ମୃତ ବ୍ୟକ୍ତି ଜଣକ ଗତ ମଙ୍ଗଳବାର ଦିନ ସକାଳେ ବୁରସାହି ନିକଟ ଜମିକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବା ଦେଖି ଲୋକମାନେ ତାଙ୍କୁ ଖୋଜା ଖୋଜି କରିଥିଲେ। ଦୁଇ ଦିନ ଧରି ତାଙ୍କ ସନ୍ଧାନ ମିଳିନଥିବା ବେଳେ ଆଜି ଗ୍ରାମ ଠାରୁ ଅନତି ଦୂର ମହେନ୍ଦ୍ର ତନୟା ନଦୀର ଏକ ଗଣ୍ଡରେ ମୃତଦେହ ଭାସୁଥିବା ଲୋକମାନେ ଦେଖି ଥିଲେ। ଏହା ପରେ ପରିବାର ଲୋକ ପହଞ୍ଚି କାଳିଆର ଶବ ବୋଲି ଜାଣିବା ସହ ତୁମ୍ବା ଫାଣ୍ଡିକୁ ଜଣାଇଥିଲେ। ଏତଲା ପାଇ ପୋଲିସ ପହଞ୍ଚିବା ଶହ ଏକ ଅପମୃତ ମାମଲା ରୁଜୁ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories