www.samajalive.in
Monday, December 15, 2025
26.1 C
Bhubaneswar

ଆଜିଠାରୁ ପ୍ୟାରିସ୍‌‌ ଅଲିମ୍ପିକ୍ସ-୨୦୨୪ କ୍ରୀଡ଼ାକୁମ୍ଭ, ଭାରତର ପ୍ରତିନିଧିତ୍ୱ କରିବେ ଶରତ କମଲ୍‌‌ ଓ ପି.ଭି. ସିନ୍ଧୁ

ଡେସ୍କ: ଆଜି (ଶୁକ୍ରବାର) ଭାରତୀୟ ସମୟ ରାତି ୧୧ଟାରେ ପ୍ୟାରିସ୍‌‌ ଅଲିମ୍ପିକ୍ସ-୨୦୨୪ କ୍ରୀଡ଼ାକୁମ୍ଭ ଆରମ୍ଭ ହେବ। ପ୍ୟାରିସ୍‌‌ର ସୀନ୍‌‌ ନଦୀକୂଳରେ ଉଦ୍‌‌ଘାଟନ ସମାରୋହ ହେବ। ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଉଦ୍‌‌ଘାଟନ ସମାରୋହ ଷ୍ଟାଡିୟମ୍‌‌ରେ କରା ନ ଯାଇ ଖୋଲା ସ୍ଥାନରେ କରାଯାଉଛି। ଏଥିରେ ଭାଗ ନେଉଥିବା ବିଭିନ୍ନ ଦେଶର ଖେଳାଳିମାନେ ଏକ ପରେଡ୍‌‌ରେ ନେଟ୍ରେଡେମ୍‌‌, ପଣ୍ଟ ଡେସ୍‌‌ ଆର୍ଟସ୍‌‌ ଏବଂ ପଣ୍ଟ ନ୍ୟୁଫ୍‌‌ ମଧ୍ୟଦେଇ ଅତିକ୍ରମ କରିବ। ପ୍ରାୟ ୧୦୦ଟି ବୋଟ୍‌‌ରେ ୧୦ ହଜାର ୫୦୦ କ୍ରୀଡ଼ାବିତ୍‌‌ ପରେଡ୍‌‌ରେ ଅଂଶଗ୍ରହଣ କରିବେ। ସେହି ପରେଡ୍‌‌ ଅଷ୍ଟ୍ରେରଲିଜ୍‌‌ ସେତୁରୁ ଆରମ୍ଭ ହୋଇ ଆଇଫେଲ୍‌‌ ଟାୱାର ପର୍ଯ୍ୟନ୍ତ ଯିବ। ସେଠାରେ ଅଲିମ୍ପିକ୍ସ ମଶାଲ୍‌‌ ପ୍ରଜ୍ୱଳିତ କରାଯାଇ ସମାରୋହ ଆରମ୍ଭ ହେବ। ଭାରତ ପକ୍ଷରୁ ଶରତ କମଲ୍‌‌ ଏବଂ ପି.ଭି. ସିନ୍ଧୁ ଜାତୀୟ ପତାକା ବହନ କରିବେ। ପି.ଭି. ସିନ୍ଧୁ ଅଲିମ୍ପିକ୍ସରେ ୨ ଥର ବ୍ୟାଡ୍‌‌ମିଣ୍ଟନ୍‌‌ରେ ପଦକ ଜିତିଛନ୍ତି। ଭାରତୀୟ ଖେଳାଳିମାନେ ପାରମ୍ପରିକ ବେଶଭୂଷାରେ ପରେଡ୍‌‌ରେ ଭାଗ ନେବେ।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

Related Articles

Popular Categories