www.samajalive.in
Saturday, December 6, 2025
26.1 C
Bhubaneswar

କଖଡିରେ ପ୍ରାଣୀ ନିରୀକ୍ଷକ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ବିଡିଓଙ୍କୁ ଦାବିପତ୍ର

ଗୁରୁଡିଝାଟିଆ: କଖଡି ପଞ୍ଚାୟତ ଟାଙ୍ଗି-ଚୌଦ୍ୱାର ବ୍ଲକଠାରୁ ୩୨ କିମି ଦୂରରେ ଅବସ୍ଥିତ । ଏହାର ଭୌଗୋଳିଳ ଅବସ୍ଥିତି ବେଶ କୌତୁହଳପୂର୍ଣ୍ଣ । ପଞ୍ଚାୟତର ଚତୁଃପାର୍ଶ୍ବରେ ଆଠଗଡ ବ୍ଲକର ଗାଁଗୁଡିକ ରହିଛି । ଉକ୍ତ ଗାଁଗୁଡିକ ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ଥାନା ପରିସରଭୁକ୍ତ ଅଟେ । ହେଲେ କଖଡି ପଞ୍ଚାୟତ ଚୌଦ୍ୱାର କମିସନରେଟ ପୁଲିସ ଅଧୀନରେ ରହିଛି । ଏହାର ନିର୍ବାଚନ ମଣ୍ଡଳୀ ଆଠଗଡ ହୋଇଥିବା ବେଳେ ତହସିଲ କଟକ ସଦର ଓ ବ୍ଲକ ଟାଙ୍ଗି-ଚୌଦ୍ୱାର । ଦୀପ ତଳ ଅନ୍ଧାର ସଦୃଶ  ପଞ୍ଚାୟତର ଜନସାଧାରଣ ପ୍ରଶାସନିକ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। ଜନ୍ମମୃତ୍ୟୁ ପ୍ରମାଣପତ୍ରଟିଏ ପାଇଁ ୩୨ କିମି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ବାଧ୍ୟ ହୋଇଥାନ୍ତି । କୃଷି ପ୍ରଧାନ ଗାଁ ହୋଇଥିବା ବେଳେ ଗୃହପାଳିତ ଗୋ ସମ୍ପଦ ଭରି ରହିଛନ୍ତି । ହେଲେ ଏଠାରେ ଗୃହପାଳିତ ପ୍ରାଣୀଙ୍କ ପାଇଁ ଚିକିତ୍ସା ନିମନ୍ତେ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ବିଭିନ୍ନ ରୋଗରେ ପଡି ଗାଈଗୋରୁ ମୃତ୍ୟୁବରଣ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି କଖଡି ସରପଞ୍ଚ କଳ୍ପନା ଛତାର ପଞ୍ଚାୟତ ସମିତି ବୈଠକରେ ଉକ୍ତ ସମାସ୍ୟାକୁ ଉତଥାପନ କରିବା ସହ ବିଡିଓଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି । ଏଠାରେ ଏକ ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅର୍ଥବ୍ୟବସ୍ଥା କରିବା ନିମନ୍ତେ ଦାବି କରିଛନ୍ତି। ଏହାଦ୍ୱାରା ଗୋ ସମ୍ପଦ ସୁରକ୍ଷିତ ରହିପାରିବେ ବୋଲି ଅଞ୍ଚଳବାସୀ କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories