www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରାବଣ ମାସରେ କେଉଁଦିନ ରୁଦ୍ରାଭିଷେକ କଲେ ଶୁଭଦାୟକ

ସମାଜ ଡିଜିଟାଲ ଡେସ୍କ: ଭୋଳା ବାବାଙ୍କ ପ୍ରିୟ ମାସ ଶ୍ରାବଣ ମାସ ଜୁଲାଇ ୨୨ରୁ ଆରମ୍ଭ ହୋଇଛି । ଅଗଷ୍ଟ ୧୯ ପର୍ଯ୍ୟନ୍ତ ଶ୍ରାବଣ ମାସ ରହିଥିବାରୁ ପୁରା ମାସ ସାରା ଭୋଳାବାବାଙ୍କ ଭକ୍ତିରେ ଲାଗିଥାନ୍ତି ଶିବ ଭକ୍ତ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ଅନେକ ଲୋକ ଉପବାସ ପାଳନ କରିବା ସହ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି । ଏହାସହିତ ଲୋକମାନେ ଏହି ମାସରେ ମାନସିକ ପୂରଣ ଲାଗି ରୁଦ୍ରାଭିଷେକ କରିଥାନ୍ତି । ଶ୍ରାବଣ ମାସରେ ରୁଦ୍ରାଭିଷେକ କରିଲେ ଅନେକ ପୂଣ୍ୟ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ସୋମବାରରେ ଶିବଙ୍କ ରୁଦ୍ରାଭିଷେକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ୨୨ ଜୁଲାଇରେ ପ୍ରଥମ ସୋମବାର ହୋଇଥିବା ବେଳେ ଦ୍ୱିତୀୟ ସୋମବାର ୨୯ ଜୁଲାଇ, ତୃତୀୟ ସୋମବାର ୫ ଅଗଷ୍ଟ, ଚତୁର୍ଥ ସୋମବାର ୧୨ ଅଗଷ୍ଟ ଓ ପଞ୍ଚମ ସୋମବାର ୧୯ ଅଗଷ୍ଟରେ ପଡୁଛି । ଏହାବ୍ୟତୀତ ଅଗଷ୍ଟ ୨ରେ ଶ୍ରାବଣ ଶିବରାତ୍ରୀ ପଡିବା ସହ ୯ଅଗଷ୍ଟରେ ନାଗ ପଞ୍ଚମୀ ଥିବାରୁ ଏହିଦିନରେ ରୁଦ୍ରାଭିଷେକ କରିଲେ ଅତ୍ୟନ୍ତ ଶୁଭଦାୟକ ହେବ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories