bjd gruha runa banner

ପଶ୍ଚିମବାଙ୍କି କଳାପଥରରେ ଦେବିରଞ୍ଜନ ଓ ସଂତୃପ୍ତ ମିଶ୍ରଙ୍କ ଜୋରଦାର ପ୍ରଚାର

bjd  ek lkhya koti banner

କଳାପଥର (ବାଙ୍କୀ): କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ବିଜେଡି ପାର୍ଥୀ ସଂତୃପ୍ତ ମିଶ୍ର ବୁଧବାର ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାପଥର ପଂଚାୟତରେ ପ୍ରଚାର କରିଛନ୍ତି। ସେ ଏକ ବିଶାଳ ରୋଡଶୋ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ବାଇକ ଶୋଭାଯାତ୍ରାରେ ଦେବିରଞ୍ଜନ ଓ ସଂତୃପ୍ତ ମିଶ୍ର ପଶ୍ଚିମ ବାଙ୍କୀ ଅଞ୍ଚଳ ବୁଲିଥିଲେ। ବିଧାୟକ ଦେବିରଞ୍ଜନଙ୍କ କର୍ମୀଙ୍କ ଗ୍ରହଣରେ ବାଇକ ଶୋଭା ଯାତ୍ରାରେ ବାହାରି ଯୋଡ଼ି ଶଙ୍ଖ ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଙ୍କୀର ବିଧାୟକ ତଥା ବାଙ୍କୀ ବିଧାନସଭା ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଘରକୁ ଘର ବୁଲି ଲୋକମାନଙ୍କର ଭଲମନ୍ଦ ବୁଝିବା ସହ ତାହାର କିପରି ସମାଧାନ ହୋଇପାରିବ ସେ ବିଷୟରେ ଆଲୋଚନା କରିବା ସହ ଆଗାମୀ ନିର୍ବାଚନରେ ଯୋଡି ଶଙ୍ଖରେ ମୋହର ଦେଇ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରାଇବା ପାଇଁ ଅନୁରୋଧ କରିଥିଲେ।

Comments are closed.