BSKY banner  750×100

ଧାମରା ଏବଂ କରଞମାଳରେ କଂଗ୍ରେସର ମିଶ୍ରଣ ପର୍ବ

nua o banner

ଧାମରା: ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜାତୀୟ କଂଗ୍ରେସ ଦଳ ବହୁ ଜନମତ ହାସଲ କରିବା ଉଦ୍ୟମ ଜାରୀ ରଖିଛି। ଧାମରା ଅଂଚଳର ଜଣେ ଟାଣୁଆ ନେତା ଅମୀୟ କୁମାର ମହାପାତ୍ର ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥି ହୋଇଥିବା ବେଳେ ଧାମରା ଅଂଚଳରେ ତାଙ୍କୁ ବହୁ ସମର୍ଥନ ମିଳବା ନେଇ ସେ ଆଶାବାଦୀ। ଏହାକୁ ଦୃଷ୍ଟିରେ ରଖି ଆଜି ଧାମରା ପଂଚାୟତରେ କଂଗ୍ରେସର ଏକ ମିଶ୍ରଣପର୍ବ ଅମୀୟ ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ବେଳେ ଧାମରା ପଂଚାୟତର ୬୦ ପରିବାର, କରଞମାଳ ଏବଂ କରଣପଲ୍ଲୀ ପଂଚାୟତରେ ୫୦ ପରିବାର ଅନ୍ୟ ରାଜନୈତିକ ଦଳ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ।

Comments are closed.