www.samajalive.in
Monday, December 15, 2025
26.1 C
Bhubaneswar

ସ୍ବପ୍ନରେ ବିଲେଇ ଦେଖିଲେ ହେବେ ଧନବାନ, ଯଦି ଏମିତି ନଜର ଆସେ ତେବେ…

ନୂଆଦିଲ୍ଲୀ : ସ୍ବପ୍ନ ଦେଖିବା ଏକ ସାଧାରଣ କଥା । କିନ୍ତୁ ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ନଜର ଆସୁଥିବା କିଛି ଜିନିଷରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ସମ୍ପର୍କରେ ସଙ୍କେତ ମିଳିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ କି ସ୍ବପ୍ନରେ ବିଲେଇ ନଜର ଆସିବା କେଉଁ ସଙ୍କେତ ଦେଇଥାଏ । ଆପଣ ସ୍ବପ୍ନରେ ବିଲେଇ ଦେଖିଲେ ଡରିବା ସ୍ବାଭାବିକ କିମ୍ବା ଆପଣଙ୍କର ନିଦ ମଧ୍ୟ ଖରାପ ହୋଇପାରେ । କିନ୍ତୁ ଏହା କିଛି ଭିନ୍ନ ସଙ୍କେତ ଦେଇଥାଏ । ଆସନ୍ତୁ ଜାଣିବା…

ଯଦି ଆପଣଙ୍କୁ ସ୍ବପ୍ନରେ ବିଲେଇ ଏବଂ ତା ଛୁଆ ନଜର ଆସନ୍ତି ତେବେ କୁହାଯାଏ କି ଏହାର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ଏହା ବ୍ୟତୀତ ଯଦି ଆପଣଙ୍କ ଧନ କେଉଁଠି ଅଟକି ରହିଛି ତେବେ ତାହା ମିଳିପାରେ । ଯଦି ଆପଣଙ୍କ ସ୍ବପ୍ନରେ ବିଲେଇ ଝଗଡା କରୁଥିବା ଦେଖିବାକୁ ମିଳେ ତେବେ ଏହା ଅଶୁଭ ସଙ୍କେତ ହୋଇପାରେ । ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଯଦି ଆପଣ କୌଣସି ବଡ ନିଷ୍ପତ୍ତି ନେବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହା ଉପରେ ଆଉଥରେ ବିଚାର କରିନେବା ଉଚିତ୍ ।

ନିଦ୍ରା କମ୍‌‌ ହେଲେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ

- Advertisement -

ଯଦି ବିଲେଇ ସ୍ବପ୍ନରେ ଆପଣଙ୍କ ଉପରେ ଆକ୍ରମଣ କରୁଛି ତେବେ ସତର୍କ ହୋଇଯାନ୍ତୁ । ଭବିଷ୍ୟତରେ ଆପଣଙ୍କ କୌଣସି ବଡ କ୍ଷତି ହୋଇପାରେ । ଯଦି ଆପଣ ସ୍ବପ୍ନରେ କୌଣସି ବିଲେଇକୁ ସ୍ନେହ କରୁଥିବା ଦେଖିବେ ତେବେ ଏହାର ଆପଣଙ୍କୁ କୌଣସି ଖୁସିଖବର ମିଳିପାରେ । ଏହା ସହିତ ଏହି ସ୍ବପ୍ନ ଭବିଷ୍ୟତରେ ଶରୀର ସୁସ୍ଥ ରଖିବାର ଏକ ସଙ୍କେତ ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories