ସରିଲା ଅମିତ ଶାହଙ୍କ ରୋଡ୍ ଶୋ’

କଟକ : ସୋରଡାରେ ଦଳୀୟ ନିର୍ବାଚନ ସଭାରେ ଯୋଗଦେବା ପରେ ବିଜେପି ନେତା ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଟକରେ ବିଶାଳ ରୋଡ୍ ଶୋ’ କରିଛନ୍ତି । ଏହି ଅବସରରେ ହଜାର ହଜାର ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇଥିଲେ ।

ଦଳଡିଆଁ ନେତାଙ୍କୁ ଥଇଥାନ କରି ଶକ୍ତିଶାଳୀ ହେଉଛି ବିଜେଡି 

ସୋରଡ଼ାରେ ଦଳୀୟ ନିର୍ବାଚନ ସଭା ସାରିବା ପରେ ଅପରାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକ ସହରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଜିଲା ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । କଡା ସୁରକ୍ଷା ମଧ୍ୟରେ ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇଥିଲା ରୋଡ୍ ଶୋ’ । ଅମିତ ଶାହଙ୍କ ରୋଡ୍‌ ଶୋ’ ଗୋପବନ୍ଧୁ ପାର୍କକୁ ବାହାରି ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଗୌରୀଶଙ୍କର ପାର୍କ, ନୟାସଡକ ଦେଇ ବାଲୁବଜାର ପର୍ଯ୍ୟନ୍ତ ଯାଇଥିଲା । ରାସ୍ତାର ଦୁଇ ପାର୍ଶ୍ବରେ ଅନେକ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଦଳର ଅନେକ ବରିଷ୍ଠ ନେତା ରୋଡ୍ ଶୋ’ରେ ସାମିଲ ହୋଇଥିଲେ ।

ଗଞ୍ଜାମକୁ ଦେଶର ୧ ନମ୍ବର ଜିଲ୍ଲା କରିବ ବିଜେପି – ଅମିତ ଶାହା

Comments are closed.