ଆଠଗଡ଼: ଆଠଗଡ଼ ବ୍ଲକ ଓ ଏନଏସି କଂଗ୍ରେସର ଏକ କର୍ମୀ ସମ୍ମିଳନୀ ରାସରସିକପୁରସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ମାନସ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ଦଳର ବିଧାୟକ ପ୍ରାର୍ଥୀ ସୁଦର୍ଶନ ସାହୁ, ବରିଷ୍ଠ ନେତା ସୁରେଶ ବିଶ୍ୱାଳ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି କିଶୋର କୁମାର ସାମନ୍ତରାୟ ଓ ଛାତ୍ର କଂଗ୍ରେସ ନେତା ପ୍ରଶାନ୍ତ ବେହେରାଙ୍କ ସମେତ ବହୁ ତୁଙ୍ଗ ନେତା ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତା, ଦୁର୍ନୀତି, ଭ୍ରଷ୍ଟାଚାର ସହିତ ବିଜେଡି ଓ ବିଜେପି ମଧ୍ୟରେ ଭିତିରି ସଂପର୍କ କଥା ଉଠାଇ ତୀବ୍ର ସମାଲୋଚନା କରିଥିଲେ। ଆଗାମୀ ନିର୍ବାଚନରେ ରାଜ୍ୟରେ ସରକାର ପରିବର୍ତ୍ତନ ଅବଶ୍ୟମ୍ଭାବୀ ଏବଂ ରାଜ୍ୟବାସୀ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରି ବିଜୟୀ କରାଇବେ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ।
Popular Categories



