www.samajalive.in
Saturday, December 6, 2025
26.1 C
Bhubaneswar

ଆଠଗଡ଼ ସହରରେ ବିଜେଡିର ଜୋରସୋର ପ୍ରଚାର

ଆଠଗଡ଼: ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ ବିଜେଡି ସହିତ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରଚାରକୁ ଶାଣିତ କରିବାରେ ଲାଗିଛନ୍ତି। ଏପରିକି ବିଭିନ୍ନ ଗ୍ରାମାଞ୍ଚଳରେ ବିଜେଡି ଓ ବିଜେପି ପ୍ରଚାର ଗାଡିି ସହିତ କର୍ମୀମାନଙ୍କର ମୁହାଁମୁହିଁ ହେବା ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ପ୍ରଚାର କାର୍ଯ୍ୟରେ ବିଜେଡି ସର୍ବାଗ୍ରେ ରହିଥିବାବେଳେ ବିଜେପି ମଧ୍ୟ ପ୍ରଚାର କ୍ଷେତ୍ରରେ ପଛରେ ନାହିଁ। ଆଠଗଡ଼ ସହରରେ ବିଭିନ୍ନ ୱାର୍ଡରେ ନଗର ବିଜେଡି ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋର ଚାଲିଛି। ଏହି କ୍ରମରେ ବୁଧବାର ୭, ୮ ଓ ୧୫ନଂ ୱାର୍ଡରେ ଏନଏସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଓ ଉପାଧ୍ୟକ୍ଷ ବି ଶୁଭ୍ରଶଙ୍କର ଜ୍ୟୋତିଙ୍କ ନେୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଘରକୁ ଘର ବୁଲି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ୱାର୍ଡ ଗୁଡିକରେ ପଦଯାତ୍ରା ସମୟରେ ବିଭିନ୍ନ ଛକ ଜାଗାରେ ପଥପ୍ରାନ୍ତ ସଭା ମାଧ୍ୟମରେ ରାଜ୍ୟରେ ବିଜେଡି ସରକାର କରିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଜନ କଲ୍ୟାଣକାରୀ ଯୋଜନା ଏବଂ ବିକଶିତ ଓଡ଼ିଶା ପାଇଁ ଦଳର ସଂକଳ୍ପ ବିଷୟରେ ଲୋକଙ୍କୁ ଉଦ୍‌‌ବୋଧନ ମାଧ୍ୟମରେ ବୁଝାଇଥିଲେ। ବରିଷ୍ଠ ନେତା ଲକ୍ଷ୍ମୀ ନାରାୟଣ ଭଞ୍ଜ, ପୂର୍ବତନ ନଗରପାଳ ସୁବର୍ଣ୍ଣମଞ୍ଜରୀ ଭଞ୍ଜ, ରମେଶ ଚନ୍ଦ୍ର ଘଡାଇ ଓ ସୁଚିତ୍ରା ସାହୁଙ୍କ ସମେତ ଯୁବନେତା ପୁପୁନ କୁମାର ଦାସ, କାଉନସିଲର ରାକେଶ ଭକ୍ତା, ଅଶୋକ ବାରିକ, ପ୍ରଶାନ୍ତ ବେହେରା, ସାଗରିକା ମୁଦୁଲିି, ମମତା ଦାସ, ଶୈଳବାଳା ସାମନ୍ତ, ସୁରେଶ ଚନ୍ଦ୍ର ଦାସ, ପ୍ରଦୀପ୍ତ ଦାସ, ଲଳିତେନ୍ଦୁ ସେନାପତି, ପ୍ରକାଶ ରାଉତଙ୍କ ସମେତ ବହୁ ଦଳୀୟ ନେତା ଏହି ପ୍ରଚାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories