www.samajalive.in
Saturday, December 6, 2025
23.1 C
Bhubaneswar

ରିଲାଏନ୍ସ ଡିଜିଟାଲକୁ ଖାଉଟୀ ଅଦାଲତର ଜରିମାନା

ସମ୍ବଲପୁର: ସମ୍ବଲପୁରର ଖ୍ୟାତନାମା ଗୋବିନ୍ଦତୋଲା ଦୁର୍ଗା ପୂଜା କମିଟିକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରିଲାଏନ୍ସ ଡିଜିଟାଲକୁ ସମ୍ବଲପୁର ସ୍ଥିତ ଖାଉଟି ଅଦାଲତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଦାଲତର ନିର୍ଦ୍ଦେଶାନାମ ଅନୁଯାୟୀ, ଗୋବିନ୍ଦତୋଲା ଦୁର୍ଗା ପୂଜା କମିଟି ତରଫରୁ ଗତ ଅଗଷ୍ଟ ୨୦୨୩ରେ ରିଲାଏନ୍ସ ଡିଜିଟାଲରୁ ୮ ହଜାର ୯୯୦ ଟଙ୍କା ପଇଠ କରି ଏକ ସ୍ମାର୍ଟ ଏଲଇଡି ଟିଭି କିଣିଥିବା ବେଳେ ମାତ୍ର ୭ ଦିନ ଚାଲିବା ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା ଏବଂ ବନ୍ଦ ହୋଇଯାଇଥିଲା। ଏ ନେଇ କମ୍ପାନୀକୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା କିମ୍ବା ଟିଭିକୁ ବଦଳ ମଧ୍ୟ କରାଯାଇ ନ ଥିଲା। ଫଳରେ ଦୁର୍ଗା ପୂଜା କମିଟି ତରଫରୁ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇ ମାମଲା ରୁଜୁ କରାଯାଇଥିଲା। ଏହାର ଶୁଣାଣିରେ ୧୩ ମେ ୨୦୨୪ରେ ଅଦାଲତ ରିଲାଏନ୍ସ କମ୍ପାନୀକୁ ଟିଭି ପାଇଁ ପଇଠ କରାଯାଇଥିବା ୮ ହଜାର ୯୯୦ ଟଙ୍କା ସହିତ ୫୦ ହଜାର ଟଙ୍କା ଜରିମାନା ଓ ମାମଲାର ଖର୍ଚ୍ଚ ପାଇଁ ୧୦ ହଜାର ଟଙ୍କାର ଜରିମାନା କରିଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories