www.samajalive.in
Thursday, December 11, 2025
16.1 C
Bhubaneswar

ବଜାରକୁ ଆସିଲା ନୂଆ ଇ-ସ୍କୁଟର: ଦାମ୍ କମ୍, ଚାର୍ଜ କଲେ ଯିବ ଅଧିକ

ନୂଆଦିଲ୍ଲୀ :  ଦେଶରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତାଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି । ଗ୍ରାହକଙ୍କୁ ଅଧିକ ଆକର୍ଷିତ କରୁଥିବା କମ୍ପାନୀ ଓଲା ଏବଂ ଏଥର ଏନର୍ଜିଙ୍କ ଭଳି କିଛି ଛୋଟ କମ୍ପାନୀ ମଧ୍ୟ ଏଥିରେ ଭାଗ ନେଉଛନ୍ତି । ଏହି ତାଲିକାରେ ଏବେ ଏକ ଇଲେକ୍ଟ୍ରିକ୍ ଦୁଇଚକିଆ ନିର୍ମାତା କମ୍ପାନୀ ବଜାରକୁ ନିଜ ନୂଆ ସ୍କୁଟର ନେଇଆସିଛି । କମ୍ପାନୀ ଜିଟି ଫୋର୍ସ ଏକାଥରେ ୪ ଇଲେକ୍ଟ୍ରିକ୍ ସ୍କୁଟରର ବଜାର ପ୍ରବେଶ କରାଇଛି । ଏହାର ପ୍ରାରମ୍ଭିକ ଦାମ୍ ୫୫ ହଜାର ୫୫୫ ଟଙ୍କା ରଖିଛି କମ୍ପାନୀ ।

ଜିଟି ଫୋର୍ସ ଉଭୟ ସ୍ପିଡ୍ ଏବଂ ସ୍ଲୋ ରେଞ୍ଜରେ ନିଜ ଇ-ସ୍କୁଟର ବଜାରକୁ ନେଇଆସିଛି । ଏହି ନୂଆ ସ୍କୁଟରର ଦାମ୍ ୫୫,୫୫୫ ଟଙ୍କାରୁ ଆରମ୍ଭ କରି ୮୪,୫୫୫ ଟଙ୍କା ମଧ୍ୟରେ ରହିଛି । କମ୍ପାନୀ ୪ଟି ମଡେଲ ଜିଟି ଭିଗାସ, ଜିଟି ରାଇଡ୍ ପ୍ଲସ୍, ଜିଟି ଓ୍ବନ ପ୍ଲସ୍ ପ୍ରୋ ଏବଂ ଜିଟି ଡ୍ରାଇଭ୍ ପ୍ରୋ ଆଣିଛି । ଜିଟି ଭିଗାସର ଦାମ୍ ୫୫,୫୫୫ ଟଙ୍କା ଥିବାବେଳେ ଏହା ଥରେ ଚାର୍ଜ କଲେ ୭୦ କିମି ଯାତ୍ରା କରିପାରିବ । ଏହାର ଟପ୍ ସ୍ପିଡ୍ ମାତ୍ର ୨୫ କିଲୋମିଟର ପ୍ରତି ଘଣ୍ଟା ।

ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ନିର୍ବାଚନ ଆୟୋଗ

- Advertisement -

ସେହିଭଳି ଜିଟି ରାଇଡ୍ ପ୍ଲସର ଦାମ୍ ୬୦ ହଜାର ରଖିଛି କମ୍ପାନୀ  । ଏହାର ମଧ୍ୟ ଟପ୍ ସ୍ପିଡ୍ ୨୫ ଏବଂ ଏହାକୁ ଥରେ ଚାର୍ଜ କଲେ ଏଥିରେ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ ।  ଜିଟି ଓ୍ବାନ ପ୍ଲସ୍ ପ୍ରୋର ଦାମ୍ କମ୍ପାନୀ ୭୬ ହଜାର ୫୫୫ ଟଙ୍କା ଥିବାବେଳେ ଏହା ୭୦ କିମି ପ୍ରତି ଘଣ୍ଟା ସ୍ପିଡରେ ଯାତ୍ରା କରିପାରିବ । ଥରେ ଚାର୍ଜ କଲେ ଏହା ୧୧୦ କିମି ଚାଲିପାରିବ । ଜିଟି ଡ୍ରାଇଭ୍ ପ୍ରୋ କଥା କହିବା ତ ଏହା ମଧ୍ୟ ୭୦ କିମି ଘଣ୍ଟା ପ୍ରତି ସ୍ପିଡରେ ଯାତ୍ରା କରିବା ସହ ଫୁଲ ଚାର୍ଜରେ ୧୧୦ କିମି ରେଞ୍ଜ ପ୍ରଦାନ କରିବ ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories