www.samajalive.in
Monday, December 8, 2025
14.1 C
Bhubaneswar

ଲକଡାଉନରେ ମହିଳା ହେଲେ ସ୍ୱାବଲମ୍ବୀ, ସବାଇ, କାଇଁଚ ସହ ଧାନ-ବିରିରେ ତିଆରି କଲେ ରାକ୍ଷୀ

ଭୁବନେଶ୍ୱର: କରୋନା ମହାମାରୀ ଏବେ ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ିବା ସହ ଅନେକଙ୍କ ରୋଜଗାର ପନ୍ଥା ବନ୍ଦ କରିଦେଇଛି। କାହାର ଚାକିରି ଯାଇଛି ତ ଆଉ କାହାର ବେପାର ଠପ୍। ବର୍ତ୍ତମାନ ପରିସ୍ଥିତିରେ ବିଶେଷ କରି ଗ୍ରାମାଞ୍ଚଳରେ ଲୋକଙ୍କ ପକ୍ଷରେ ପିଲା ଛୁଆ ସଂସାର ଚଳାଇବା କଷ୍ଟକର ହୋଇପଡ଼ିଛି। ଏମିତି ସମୟରେ ଛୋଟ ଛୋଟ ବ୍ୟବସାୟ କରି ପରିବାର ଚଳାଉଥିବା ବ୍ୟକ୍ତି ତଥା ଗରିବା ଗୁରୁବାଙ୍କ କଥା ନ କହିଲେ ଭଲ। କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଆମ ରାଜ୍ୟର ବିଭିନ୍ନ ଜିଲାରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଅନେକ ମହିଳା ସଦସ୍ୟା ରୋଜଗାର କରି ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି। ଏହି ମହିଳାମାନେ ସବାଇ, କାଇଁଚ ସହ ଧାନ-ବିରିରେ ରାକ୍ଷୀ ତିଆରି କରି ହଜାର ହଜାର ସଂଖ୍ୟାରେ ରାଜ୍ୟ ବାହାରକୁ ପଠାଇଛନ୍ତି।

ଲକଡାଉନ ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏହି ଗୋଷ୍ଠୀର ସଦସ୍ୟାମାନେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଧୀନସ୍ତ ଓରମାସ ସହାୟତାରେ ରକ୍ଷା ବନ୍ଧନ ପାଇଁ ରାକ୍ଷୀ ତିଆରି କରି ବଜାରକୁ ଛାଡ଼ିଛନ୍ତି। ଲକଡାଉନ ସମୟରେ ପର୍ବପର୍ବାଣୀ ପାଳନ ଉପରେ କିଛିଟା କଟକଣା ରହିଛି। ପୂର୍ବ ବର୍ଷ ଭଳି ବଜାରରେ ରାକ୍ଷୀ ଦୋକାନ ଖୋଲି ନ ଥିବାବେଳେ, ଗାଁ ଗଣ୍ଡାରେ ରହୁଥିବା ଲୋକଙ୍କ ପାଇଁ ଅନଲାଇନରେ ରାକ୍ଷୀ କିଣିବା ସମସ୍ୟା ଆଣିଦେଇଛି।

- Advertisement -

ଏଭଳି ସମୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ନବରଙ୍ଗପୁର ଜିଲାର ଏହି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ସବାଇ ଘାସ, କାଇଁଚ, ଧାନ, ମୁଗ ଓ ବିରି ଆଦି ସାହାଯ୍ୟରେ ତିଆରି କରିଛନ୍ତି ସୁନ୍ଦର ସୁନ୍ଦର ରାକ୍ଷୀ। ଭୁବନେଶ୍ୱର ସ୍ଥିତ ୟୁଟିନ-୮ ସ୍ଥିତ ଏସଆଇଆରଡି କ୍ୟାମ୍ପସ ସମ୍ମୁଖରେ ଖୋଲାଯାଇଥିବା ରାକ୍ଷୀ ଷ୍ଟଲରେ ଏବେ ଦେଖିବାକୁ ମିଳୁଛି ଏସବୁ ହାତ ତିଆରି ରାକ୍ଷୀର ସମ୍ଭାର। ଓରମାସ ଜରିଆରେ ରାଜ୍ୟ ତଥା ରାଜ୍ୟ ବାହାରକୁ ମଧ୍ୟ ଏହି ରାକ୍ଷୀ ଗ୍ରାହକମାନଙ୍କୁ ପାର୍ସଲ କରି ପଠାଯାଉଛି। ଏହି ରାକ୍ଷୀଗୁଡ଼ିକର ସର୍ବନିମ୍ନ ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଗୋଷ୍ଠୀର ସଦସ୍ୟାମାନେ ବରମୁଣ୍ଡାଠାରେ ଥିବା ତ୍ରିଶକ୍ତି ମହିଳା ପରିଷଦ ସଞ୍ଚୟ ସମିତିର ସଦସ୍ୟମାନେ ଓରମାସ ଷ୍ଟଲରେ ଏହି ରାକ୍ଷୀ ବିକ୍ରି କରୁଛନ୍ତି।

ଏହି ରାକ୍ଷୀରୁ କଲକାତା, ହାଇଦ୍ରାବାଦ ଏବଂ ଦିଲ୍ଲୀ କୁ ୧୫୦୦୦ରୁ ଅଧିକ ରାକ୍ଷୀ ତିଆରି କରି ପଠାଇଛନ୍ତି। ପ୍ରାକୃତିକ ଜିନିଷ ବ୍ୟବହାର କରାଯାଇ ଏହି ରାକ୍ଷୀ ତିଆରି କରାଯାଇଥିବାରୁ ଗ୍ରାହକଙ୍କ ମଧ୍ୟରେ ଏହାର ଚାହିଦା ମଧ୍ୟ ରହିଛି। ଏ ସମ୍ପର୍କରେ କୁନି ସିଂ କୁହନ୍ତି, ଆମେ ରାକ୍ଷୀରେ କୌଣସି ପ୍ରକାର ରାସାୟନିକ ଦ୍ରବ୍ୟ କିମ୍ବା ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର କରିନାହୁଁ। ଆଉ ଏସବୁ ରାକ୍ଷୀ ପରିବେଶ ଅନୁକୂଳ। ବ୍ୟବହାର ପରେ ବି ଏହାର ପରିବେଶ ଉପରେ କୋୖଣସି କୁପ୍ରଭାଵ ପକାଇବନି। ଆହୁରିମଧ୍ୟ ବର୍ତ୍ତମାନ କରୋନା ସମୟରେ ଘରେ କିଛି ଆୟ ନ ଥିବାବେଳେ ଏହି ରାକ୍ଷୀ ତିଆରି ଆମକୁ ଭଲ ରୋଜଗାର ଦେଇଛି। ଖୋଲା ବଜାରରେ ଏଥର ରାକ୍ଷୀ ଦୋକାନ କମ ରହିଥିବାବେଳେ, ରାଜଧାନୀରେ ଓରମାସର ଏହି ରାକ୍ଷୀ ଷ୍ଟଲରେ ଗ୍ରାହକ ଭିଡ଼ ଦେଖିବାକୁ ମିଳୁଛି। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଦ୍ୱାରା ତିଆରି ରାକ୍ଷୀକୁ ଭୁବନେଶ୍ୱର ବରମୁଣ୍ଡାରେ ଥିବା ତ୍ରିଶକ୍ତି ମହିଳା ପରିଷଦ ସଞ୍ଚୟ ସମିତିର ସଦସ୍ୟମାନେ ଓରମାସ ଷ୍ଟଲରେ ଏହି ରାକ୍ଷୀ ବିକ୍ରି କରୁଛନ୍ତି। କରୋନା ସତର୍କତାମୂଳକ ନିୟମ ଯଥା ମୁହଁରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ଏହି ରାକ୍ଷୀ ବିକ୍ରି କରାଯାଉଥିବାବେଳେ ଗ୍ରାହକଙ୍କୁ ମଧ୍ୟ ଏହି ନିୟମ ମାନିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories