ମହିଳା ନକଲି ଆଇପିଏସ୍‌ ଅଧିକାରୀ ହୋଇ ସରକାରୀ ଅଧିକାରୀଙ୍କୁ କଲେ ବିବାହ – ତାପରେ ଲୁଟିନେଲେ ଏତିକି ଧନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ସୁନ୍ଦରୀ ମହିଳା ବିଭିନ୍ନ ଧନୀକ ଲୋକଙ୍କୁ ବିବାହ କରି ତାଙ୍କର ଧନ ଲୁଟି ଫେରାର ହୋଇ ଯାଉଥିବା ଆପଣ ଆଗରୁ ଜାଣିଥିବେ। ଏବେ ଉତ୍ତରପ୍ରଦେଶରୁ ଏକ ଭିନ୍ନ ଠକାମୀ ସାମ୍ନାକୁ ଆସିଛି। ଜଣେ ମହିଳା ନିଜକୁ ଆଇପିଏସ୍‌ ଅଧିକାରୀ ବୋଲି ପରିଚୟ ଦେଇ ଜଣେ ରାଜ୍ୟ ପାହ୍ୟାର ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀଙ୍କୁ ବିବାହ କରିଥିଲେ। ବିବାହ ପରେ ସେ  ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାପରେ ପ୍ରଶାସନିକ ଅଧିକାରୀ ନୋବେଲ୍‌ କୁମାର ଥାନାରେ ଅଭିଯୋଗ କରିଛନ୍ତି। ନୋବୋଲ୍‌ କୁମାର ଏବେ ରାଜ୍ୟ କର ବିଭାଗରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।

prayash

ଆଗ୍ରାରେ ଜଣେ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଏହି ଯୁବତୀ ଭେଟିଥିଲେ। ସେ ନିଜକୁ ଅଣ୍ଡର କଭର ଆଇପିଏସ୍‌ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଏଥିପାଇଁ ଅଧିକାରୀ ଜଣଙ୍କ ଯୁବତୀଙ୍କ ବିଷୟରେ ଅଧିକ ଯାଞ୍ଚ ନକରି ବିବାହ କରିଥିବା କଥା କହିଛନ୍ତି। ପ୍ରଥମ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା, ତାପରେ ପ୍ରେମରେ ପରିଣତ ହୋଇଥିଲା। ଏହାପରେ ବିବାହ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଯୁବତୀ ଜଣଙ୍କ ବିବାହ ପରେ ସୁନା ଏବଂ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।

ଯୁବତୀ ଜଣଙ୍କ ନିଜକୁ କଳ୍ପନା ମିଶ୍ର ବୋଲି ପରିଚୟ ଦେଇଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି। ପୂର୍ବରୁ ସେ ଏହି ପରି ଅନେକ ଲୋକଙ୍କୁ ଠକି ନେଇଥିବା ପୁଲିସ ସୂଚନା ଦେଇଛି। କେବେ ମାଜିଷ୍ଟ୍ରେଟ୍‌ ତ କେବେ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ କଳ୍ପନା ଲୋକଙ୍କୁ ବିବାହ କରି ଠକି ଥିବା ମାମଲା ରହିଛି। ପୂର୍ବରୁ ଜଣେ ପୁଲିସ ଅଧିକାରୀଙ୍କୁ ମଧ୍ୟ ସେ ଠକିଥିବା ଜଣାପଡିଛି।

Comments are closed.