www.samajalive.in
Sunday, December 7, 2025
26.1 C
Bhubaneswar

ୱିକଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜେ ବ୍ରିଟେନରେ ଗିରଫ

ଲଣ୍ଡନ : ୱିକ୍‍ଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜେଙ୍କୁ ବ୍ରିଟେନ୍‍ ପୁଲିସ୍‍ ଗୁରୁବାର ଗିରଫ କରିଛି। ସେ ଗତ କିଛି ବର୍ଷ ହେବ ଲଣ୍ଡନସ୍ଥିତ ଇକ୍ୱାଡୋର ଦୂତାବାସରେ ଶରଣ ନେଇଥିଲେ। ଗୁରୁବାର ଇକ୍ୱାଡୋର ତାଙ୍କୁ ଦୂତାବାସରୁ ବାହାର କରିଦେଇଥିଲା। ଏହାପରେ ଲଣ୍ଡନର ମେଟ୍ରୋପୋଲିଟନ ପୁଲିସ୍‍ ତାଙ୍କୁ ହେପାଜତକୁ ନେଇଛି। ତାଙ୍କୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‍ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।
ପ୍ରକାଶ ଯେ ଜୁଲିଆନ ଆସାଞ୍ଜେ ଗତ ୭ ବର୍ଷ ହେବ ଇକ୍ୱାଡୋର ଦୂତାବାସରେ ଶରଣ ନେଇଥିଲେ। ତାଙ୍କ ଦ୍ୱାରା ପ୍ରକାଶିତ କେତେକ ଗୁପ୍ତ ନଥିପତ୍ର ଯୋଗୁଁ ଆମେରିକା ବିଶ୍ୱସ୍ତରରେ ସମାଲୋଚିତ ହୋଇଥିଲା। ୨୦୧୦ରେ ସେ ବହୁ ସଂଖ୍ୟାରେ ଆମେରିକାର ଗୋପନୀୟ ନଥିପତ୍ର ୱିକଲିକ୍ସ ୱେବସାଇଟରେ ପ୍ରକାଶ କରିଥିଲେ।
ଏକ ଯୌନ ଉତ୍ପୀଡ଼ନ ମାମଲାରେ ସ୍ୱିଡେନ ଜୁଲିଆନ ଆସେଞ୍ଜଙ୍କ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା କରିଥିଲା। ଏଥିରୁ ବଞ୍ଚିବା ପାଇଁ ସେ ୨୦୧୨ରେ ଇକ୍ୱାଡୋର ଦୂତାବାସରେ ଶରଣ ନେଇଥିଲେ। ପରେ ସ୍ୱିଡେନ ତାଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡ଼ନ ମାମଲାକୁ ଖାରଜ କରିଦେଇଥିଲା। ଜାମିନ ଆବେଦନ ଖାରଜ ହୋଇଯାଇଥିବାରୁ ବ୍ରିଟେନରେ ତାଙ୍କର ଗିରଫ ହେବାର ଆଶଙ୍କା ଥିଲା। ତେଣୁ ସେ ଇକ୍ୱାଡୋର ଦୂତାବାସକୁ ନିଜ ଠିକଣା କରିଦେଇଥିଲେ। ଗତ ବର୍ଷ ଡିସେମ୍ବର ୧୨ରେ ତାଙ୍କୁ ଇକ୍ୱାଡୋର ନାଗରିକତା ମିଳିଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories