www.samajalive.in
Monday, December 15, 2025
24.1 C
Bhubaneswar

୮୬୦ କୋଟି ଟଙ୍କା ଦରମା ଯାଚିଲେ ଜୁକରବର୍ଗ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା (ଏଆଇ)କୁ ପ୍ରୋତ୍ସାହନ ଦେବା ପାଇଁ ‘ମେଟା’ ସିଇଓ ମାର୍କ ଜୁକରବର୍ଗ ବଡ଼ ଘୋଷଣା କରିଛନ୍ତି। ଏଆଇ କ୍ଷେତ୍ରରେ କୃତୀ ପ୍ରତିଭାଙ୍କୁ ନିଜ କମ୍ପାନୀ ପ୍ରତି ଆକୃଷ୍ଟ କରିବା ପାଇଁ ସେ ବ୍ୟକ୍ତିଗତ ଭାବେ ବିପୁଳ ପ୍ରୋତ୍ସାହନ ରାଶିର ଲୋଭ ଦେଖାଇଛନ୍ତି। ପ୍ରତିଭା ସନ୍ଧାନ ପାଇଁ ସେ ବିଭିନ୍ନ ପ୍ରସିଦ୍ଧ ଏଆଇ ଗବେଷକ ଓ ଉଦ୍ୟୋଗପତିଙ୍କୁ ପ୍ରତ୍ୟକ୍ଷ ଭାବେ ହ୍ବାଟ୍ସଆପ୍‌ ଓ ଇ-ମେଲ୍‌ ବାର୍ତ୍ତା ପଠାଉଛନ୍ତି। ସବୁଠୁ ଶକ୍ତିଶାଳୀ ଓ ଦକ୍ଷ ଏଆଇ ଟିମ୍‌ ଗଠନ ପାଇଁ ଉପଯୁକ୍ତ ପ୍ରତିଭାଙ୍କୁ ୧୦୦ ନିୟୁତ ଡଲାର ବା ୮୬୦ କୋଟି ଟଙ୍କା ପର୍ଯ୍ୟନ୍ତ ଦେବାକୁ ସେ ପ୍ରସ୍ତୁତ ଥିବା ଜୁକରବର୍ଗ କହିଛନ୍ତି। ଜୁକରବର୍ଗଙ୍କ ଲୋଭନୀୟ ଘୋଷଣା ପରେ ପ୍ରମୁଖ ଏଆଇ କମ୍ପାନୀ ‘ଓପନ୍‌ଏଆଇ’ ନିଜ କର୍ମଚାରୀଙ୍କୁ ସତର୍କ କରିବା ସହ ସେମାନେ ଯେମିତି ‘ମେଟା’କୁ ଡେଇଁ ନପଡ଼ନ୍ତି ସେଥିପାଇଁ ପ୍ରୟାସ ଆରମ୍ଭ କରିଛି। ସୂଚନାନୁଯାୟୀ, ଜୁକରବର୍ଗ ‘ସୁପର ଇଣ୍ଟେଲିଜେନ୍ସ ଏଆଇ ଲାବରେଟୋରି’ ପ୍ରତିଷ୍ଠା ଉଦ୍ୟମ ଚଳାଇଛନ୍ତି। ସେଥିଯୋଗୁଁ ନୂଆ ଏଆଇ ମଡେଲ ଲୋକାର୍ପଣକୁ ବିଳମ୍ବିତ କରୁଛନ୍ତି। ଓପନ୍‌ଏଆଇ ଓ ଗୁଗୁଲଠାରୁ ମେଟା ଏ ପ୍ରତିଯୋଗିତାରେ ପଛରେ ପଡ଼ିଥିବା ସତ୍ତ୍ବେ ସେ ଦୀର୍ଘମିଆଦୀ ବଡ଼ ଯୋଜନା କରୁଥିବାରୁ ସେଥିପ୍ରତି ଭ୍ରୁକ୍ଷେପ କରୁନାହାନ୍ତି। ଇତିମଧ୍ୟରେ ସେ ‘ସ୍କେଲ ଏଆଇ’ ନାମରେ ଏକ ଷ୍ଟାର୍ଟଆପ୍‌କୁ ଅଧିଗ୍ରହଣ ପାଇଁ ୧୪୦ କୋଟି ଡଲାରରେ ମୂଲଚାଲ କରୁଥିବା ଜଣାପଡ଼ିଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories