ସମାଜ ଡିଜିଟାଲ ଡେସ୍କ: ଆଜି ମହାରାଷ୍ଟ୍ରର ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ଦେଖିବାକୁ ମିଳିଛି । ଗତ ଦୁଇ ଦଶନ୍ଧି ଧରି ପୃଥକ ପଥ ଅନୁସରଣ କରୁଥିବା ଠାକରେ ଭାଇମାନଙ୍କୁ ପ୍ରଥମ ଥର ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଛି । ତ୍ରିଭାଷୀ ମୁଦ୍ଦାକୁ ନେଇ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲେ ଠାକରେ ଭାଇ । ଉଦ୍ଧବ ଠାକରେ ଓ ରାଜ ଠାକରେ କାନ୍ଧକୁ କାନ୍ଧ ମିଶାଇ ଏକତାର ବାର୍ତ୍ତା ଦେଇଥିଲେ । ଏହାପରେ ହାତ ଦେଖାଇ ଲୋକଙ୍କୁ ସ୍ୱାଗତ କରିଥିଲେ । ମଞ୍ଚକୁ ଯିବା ପୂର୍ବରୁ ରାଜ ଠାକରେ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ । ଏହାକୁ ନେଇ ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି ।
ସୂଚନା ଅନୁସାରେ ମହାରାଷ୍ଟ୍ରରେ ତ୍ରିଭାଷା ସୂତ୍ର ଲାଗୁ କରିବାକୁ େଇ ସରକାର ଆଣିଥିବା ପ୍ରସ୍ତାବକୁ ରାଜ ଠାକରେ ଓ ଉଦ୍ଧବ ଠାକରେ କଡା ବିରୋଧ କରୁଛନ୍ତି । ଏଥିପାଇଁ ସରକାର ଏହି ଆଇନକୁ ବର୍ତ୍ତମାନ ସ୍ଥଗିତ ରଖିଛନ୍ତି । ଏହି ଅବସରରେ ଏହା ମରାଠୀମାନଙ୍କ ବିଜୟ ବୋଲି କହିବା ସହ ଏକ ଉତ୍ସବର ଆୟୋଜନ କରାଯାଇଛି । ଉଭୟ ଠାକରେ ଭାଇ ଏହି ନିଷ୍ପତ୍ତିକୁ ଭାଷାଗତ ସ୍ୱାଭିମାନର ବିଜୟ ବୋଲି କହିଛନ୍ତି। ୨୦ବର୍ଷ ପରେ ଉଦ୍ଧବ ଓ ରାଜ ଠାକରେ ଏକାଠି ହୋଇଥିବାରୁ ମହାରାଷ୍ଟ୍ରରେ କିଛି ବଡ ହେବା ଚର୍ଚ୍ଚା ହେଉଛି । ଆଗମୁ ମହାନଗରପାଳିକା ନିର୍ବାଚନ ଥିବାରୁ ଫଳାଫଳ ଉଭୟ ଭାଇଙ୍କ ଭବିଷ୍ୟତ ନିର୍ଣ୍ଣୟ କରିପାରେ । ସେପଟେ ବିଜେପି କହିଛି ଏହି ମେଳି ମରାଝୀମାନଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ମହାନଗରପାଳିକା ନିର୍ବାଚନ ପାଇଁ, ଏଥିରେ କିଛି ଫରକ ପଡିବନି ।
#WATCH | Mumbai: Brothers, Uddhav Thackeray and Raj Thackeray share a hug as Shiv Sena (UBT) and Maharashtra Navnirman Sena (MNS) are holding a joint rally as the Maharashtra government scrapped two GRs to introduce Hindi as the third language.
(Source: Shiv Sena-UBT) pic.twitter.com/nSRrZV2cHT
— ANI (@ANI) July 5, 2025



