www.samajalive.in
Sunday, December 7, 2025
23.1 C
Bhubaneswar

ରେଡ୍‌ ସ୍ୱସ୍ତିକ ପକ୍ଷରୁ ୧୫ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ବଣ୍ଟନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ୍‌ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଏବଂ ରୋଟାରୀ କ୍ଲବ ଭୁବନେଶ୍ବର ସହଯୋଗରେ ଭିନ୍ନକ୍ଷମ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଅତିଥିଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଆରପିଏସସି ଭୁବନେଶ୍ୱର ସିଇଓ କେ ମୁରୁଗେସନ, ଏନସିସିଏ ସଭାପତି ଡ.ଅରୁଣ କୁମାର ରଥ,ଏସଆରବି ଆସୋସିଏଟସ୍‌ର ସିଏ ଶରତ ଚନ୍ଦ୍ର ଭଦ୍ରା, ରୋଟାରୀ ଭୁବନେଶ୍ବରର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି, ରୋଟାରୀ ଭୁବନେଶ୍ବର ଡିଜିଇ ରୋଟାରିଆନ ଯଜ୍ଞାଶିଷ ମହାପାତ୍ରଙ୍କ ସହ ରେଡ୍‌ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶାଖାର ସଭାପତି ବିଜୟ ଆଚାର୍ଯ୍ୟ ଓ ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରେଡ୍‌ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ତରଫରୁ ୧୫ ଜଣ ଦିବ୍ୟାଙ୍ଗଙ୍କ ନିମନ୍ତେ ହ୍ୱିଲ୍ ଚେୟାର ବଣ୍ଟନ କରାଯାଇଛି। ସେହିପରି କ୍ୟାନସର ପୀଡ଼ିିତ ପିଲାମାନଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରମୁଖ ସମାଜସେବା ପ୍ରତିଷ୍ଠାନ ରେଡ୍‌ ସ୍ୱସ୍ତିକ୍ ସୋସାଇଟି ସର୍ବଦା ଜନସାଧାରଣଙ୍କ ନିମନ୍ତେ ନିରନ୍ତର ସେବା ଯୋଗାଇ ଆସୁଛି । ଏହି କାର୍ଯ୍ୟକ୍ରମରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories