ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ମୋହନା : ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷା ହିଁ ଏକ ବଳିଷ୍ଠ ମାଧ୍ୟମ। ଏହି ଉଦେ୍ଧଶ୍ୟ ନେଇ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଅନୁଯାୟୀ ୬ ରୁ ୧୪ ବର୍ଷ ମଧ୍ୟରେ ଥିବା ସବୁ ପିଲାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦେବା ପାଇଁ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ଏପ୍ରିଲ ୨ ତାରିଖକୁ ପ୍ରବେଶ ଉତ୍ସବ ରୂପେ ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟରେ ପାଳନ କରାଯିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି। ଏଣୁ ମଙ୍ଗଳବାର ଗଜପତି ଜିଲ୍ଲା ମୋହନା ବ୍ଳକରେ ରହିଥିବା ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରେ ପ୍ରବେଶ ଉତ୍ସବ ପାଳନ କରାଯାଇଛି। ୬ ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ ବିଦ୍ୟାଳୟରେ ନାମ ଲେଖାଇ ଶିକ୍ଷା ଗ୍ରହଣ କରିବା ପ୍ରତ୍ୟେକ ଅଭିଭାବକଙ୍କର ଦାୟିତ୍ୱ ଓ କର୍ତବ୍ୟ। ପିତାମାତା, ଅଭିଭାବକ ଏବଂ ଜନସାଧାରଣଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଓ ଆବଶ୍ୟକତା ପାଇଁ ସଚେତନତା ସୃଷ୍ଟି କରିବା, ଶିକ୍ଷା ଅଧିକାର ନିୟମ ୨୦୧୦ ଅନୁଯାୟୀ ପ୍ରାଥମିକ ଶିକ୍ଷା ସଂକ୍ରାନ୍ତରେ ଥିବା ବ୍ୟବସ୍ତା ସମ୍ପର୍କରେ ସମସ୍ତଙ୍କୁ ଦାୟିତ୍ୱ ବିଷୟରେ ସଚେତନ କରାଇବା ଓ ଶିଶୁ ମାନଙ୍କର ବିକାଶ ପାଇଁ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବା। ଏହି ଉଦେ୍ଧଶ୍ୟ ନେଇ ଆଜିର ଦିନଟିକୁ ମୋହନା ବ୍ଳକର ବାଳକ ବିଦ୍ୟାଳୟ, ବାଳିକା ଉନ୍ନିତ ଉଚ୍ଚ ବିଦ୍ୟାଳୟ, କଂଟେଇକୋଳି ପ୍ରାଥମିକ ବିଦ୍ୟାଳୟ, ରଙ୍ଗମାଟିଆ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଲୁହାଗୁଡି, ଚାନ୍ଦିପୁଟ, ଅଡବା, କର୍ଚ୍ଚବାଡି ଆଦି ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀମାନେ ହାତରେ ଫ୍ଲା କାର୍ଡ ଧରି ନିଜ ନିଜ ଗ୍ରାମ୍ୟ ପରିଭ୍ରମଣ କରି ସଚେତନତା ସୃଷ୍ଟି କରିଥିଲେ। ସେହିପରି ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବୀର, ଅଶୋକ କୁମାର ବେହେରା କସ୍ତରବା ବିଦ୍ୟାଳୟର ଶିକ୍ଷୟତ୍ରୀ ମାନେ ମୋହନା ସହର ଓ ସାହି ପରିକ୍ରମା କରିଥିଲେ।

kalyan agarbati

Comments are closed.