ପଶ୍ଚିମବଙ୍ଗରେ ଟ୍ରେନ ଦୁର୍ଘଟଣା, ୩ ବଗି ଲାଇନଚ୍ୟୁତ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗର ହାୱଡ଼ା ଜିଲାର ସନ୍ତ୍ରଗାଛି ଏବଂ ଶାଲିମାର ଷ୍ଟେସନ ମଧ୍ୟରେ ରବିବାର ୨ଟି ଟ୍ରେନ ପରସ୍ପର ସହ ଧକ୍କା ହେବା ଫଳରେ ୩ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ସନ୍ତ୍ରଗାଛି-ତିରୁପତି ଏକ୍ସପ୍ରେସ ସନ୍ତ୍ରଗାଛିରୁ ଶାଲିମାର ଯାଉଥିଲା। ଏହି ସମୟରେ ଅନ୍ୟ ଏକ ଟ୍ରାକରେ ୨ଟି ବଗି ଥିବା ଏକ ଲୋକୋମୋଟିଭ ଟ୍ରେନ ଆସୁଥିଲା। ରେଳ ଧାରଣାର ଏକ ଛକି ସ୍ଥାନରେ ଦୁଇ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଫଳରେ ସନ୍ତ୍ରଗାଛି-ତିରୁପତି ଏକ୍ସପ୍ରେସର ୨ଟି ବଗି ଏବଂ ଲୋକୋମୋଟିଭ ଟ୍ରେନର ଏକ ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ପରେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା।
Comments are closed.