ଅଟାରୀ-ୱାଘା ସୀମାରେ ‘ବିଟିଂ ଦ ରିଟ୍ରିଟ୍’ କାର୍ଯ୍ୟକ୍ରମ

ସମାଜ ଡିଜିଟାଲ ଡେସ୍କ: ସାରା ଦେଶରେ ରବିବାର ଗଣତନ୍ତ୍ର ଦିବସ ପାଳନ ହୋଇଛି। ଏହି କ୍ରମରେ ପଞ୍ଜାବର ଅମୃତସର ଜିଲାସ୍ଥିତ ଅଟାରୀ-ୱାଘା ସୀମାରେ ଦେଶଭକ୍ତି ଏବଂ ଗର୍ବର ଏକ ଅଦ୍ଭୁତ ମିଳନ ଦେଖିବାକୁ ମିଳିଥିଲା। ଏଠାରେ ଆୟୋଜିତ ବିଟିଂ ଦ ରିଟ୍ରିଟ କାର୍ଯ୍ୟକ୍ରମରେ ବିଏସଏଫ ଯବାନଙ୍କ ଦେଶଭକ୍ତିପୂର୍ଣ୍ଣ ପ୍ରଦର୍ଶନକୁ ସମସ୍ତେ ବେଶ ଉପଭୋଗ କରିଥିଲେ। ଅଟାରୀ ଭାରତ ପାର୍ଶ୍ବରେ ଥିବାବେଳେ ୱାଘା ସୀମା ପାକିସ୍ତାନରେ ରହିଛି।
ଗଣତନ୍ତ୍ର ଦିବସରେ ଭାରତୀୟ ଯବାନମାନେ ପରେଡ କରିବା ସହିତ ବିଭିନ୍ନ ସ୍ଳୋଗାନ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକମାନେ ସାମିଲ ହୋଇ ଯବାନମାନଙ୍କ ବୀରତା ଏବଂ ସମର୍ପଣ ଭାବର ପ୍ରଶଂସା କରିଥିଲେ।
Comments are closed.