www.samajalive.in
Monday, December 8, 2025
14.1 C
Bhubaneswar

ପାନୀୟଜଳ ଯୋଗାଣ ଦାବିରେ ମହିଳା ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼: ବିଶୁଦ୍ଧ ପାନୀୟଜଳ ଯୋଗାଣ ଦାବି​‌ରେ ସୋମବାର ଜିଲା ପ୍ରଶାସନ ନିକଟରେ ଲିଖିତ ଭାବେ ଫେରାଦ ହୋଇଛନ୍ତି ସଦର ବ୍ଲକ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଉଁଶୁଳୀ ଗ୍ରାମର ମହିଳାମାନେ। ଗ୍ରୀଷ୍ମ ଋତୁ ଆରମ୍ଭ ପୂର୍ବରୁ ଜିଲାରେ ଉତ୍କଟ ପାନୀୟଜଳ ସଙ୍କଟ ପ୍ରଶାସନ ପାଇଁ ଏବେଠାରୁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୨୦୨୪ ଶେଷସୁଦ୍ଧା ଜିଲାର ପ୍ରତି ଘରକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ନେଇ ପ୍ରଶାସନ ପକ୍ଷରୁ ବାରମ୍ବାର କୁହାଯାଇ ଆସୁଥିଲେ ମଧ୍ୟ ବାସ୍ତବରେ ଏହା କାର୍ଯ୍ୟକ୍ଷମ ହୋଇନପାରିବା ଏବେ ଜିଲାବାସୀଙ୍କୁ ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇବା ଭଳି ପରିସ୍ଥିତି ସୃଷ୍ଟି କରିଛି। ସଦର ବ୍ଲକ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଉଁଶୁଳୀ ଗ୍ରାମ ୪ଟି ୱାର୍ଡକୁ ନେଇ ଗଠିତ ହୋଇଥିବାବେଳେ ଏଠାରେ ୧୩୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ପାନୀୟଜଳ ପାଇଁ ଗ୍ରାମବାସୀ ନଳକୂପ ଉପରେ ନିର୍ଭର କରୁଥିବାବେଳେ ଅଧିକାଂଶ ସମୟ ନଳକୂପ ଅଚଳ ରହିବା ସାଙ୍ଗକୁ ଦୂଷିତ ପାଣି ବାହାରୁ ଥିବାରୁ ଲୋକେ ବାଧ୍ୟ ହୋଇ ଚୁଆ ଖୋଳି ନଚେତ୍‌‌ ପୋଖରୀର ଦୂଷିତ ପାଣିକୁ ପାନୀୟଜଳ ଭାବେ ବ୍ୟବହାର କରି ବହୁ ଦୂରାରୋଗ୍ୟ ବ୍ୟାଧିରେ ପୀଡିତ ହୋଇ ଆସୁଥିବା ୱାର୍ଡସଭ୍ୟ ଦୟାନିଧି ନାଏକ କହିଛନ୍ତି। ଏଭଳି ସ୍ଥିତିରେ ଗ୍ରୀଷ୍ମଋତୁ ପୂର୍ବରୁ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ କଜ୍ୱଳ ଆରୁକ, ସରସ୍ୱତୀ ଆରୁକ, ଦମୟନ୍ତୀ ନାଏକ, କୁନ୍ତଳା ନାଏକଙ୍କ ନେତୃତ୍ୱରେ ଶତାଧିକ ମହିଳା ସୋମବାର ଜିଲା ପ୍ରଶାସନ ନିକଟରେ ଲିଖିତ ଭାବେ ଫେରାଦ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories