www.samajalive.in
Saturday, December 13, 2025
26.1 C
Bhubaneswar

କଲମପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ 

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୋଧରେ ବୁଧବାର ଅନାସ୍ଥା ଭୋଟ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ମୋଟ ୨୪ ଜଣ ଭୋଟରଙ୍କ ମଧ୍ୟରୁ ସାଂସଦ ମାଳବିକା ଦେଓ ଏବଂ ବିଜମରା ସରପଞ୍ଚ ଅନୁପସ୍ଥିତ ଥିଲାବେଳେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏବଂ ସମିତି ସଭ୍ୟ ଓ ସରପଞ୍ଚ ମିଶି ୨୨ ଜଣ ମତଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ୨୧ ଟି ଭୋଟ ଅନାସ୍ଥା ସପକ୍ଷରେ ରହିଥିବାବେଳେ ଗୋଟିଏ ଭୋଟ ନାକଚ ହୋଇଥିବା ଉପସ୍ଥିତ ଭୋଟର ମାନେ ପ୍ରକାଶ କରିଛନ୍ତି । ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କୀ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହି ଏହି ଅନାସ୍ଥା ନିର୍ବାଚନ ପରିଚାଳନା କରିଥିଲେ ।

ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମା ମଧ୍ୟ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ । କଲମପୁର ତହସିଲଦାର ସ୍ମରଣିକା ତୁଳ, ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ ଉପସ୍ଥିତ ଥିଲେ । ଗତ ମାର୍ଚ୍ଚ ମାସ ୧୦ ତାରିଖ ଦିନ କଲମପୁର ବ୍ଲକର ସମିତି ସଭ୍ୟ ଏବଂ ସରପଞ୍ଚ ମାନେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଅଧ୍ୟକ୍ଷାଙ୍କ ଵିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ । ବୁଧବାର ଅନାସ୍ଥା ଭୋଟ ସମୟରେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ମଧ୍ୟ ଉପସ୍ଥିତ ଥିଲେ । ମୋତି ବିହାରୀଙ୍କ ବିପକ୍ଷରେ ସମସ୍ତ ଭୋଟ ଯିବା ଗଣତି ସମୟରେ ଜଣାପଡିବା ପରେ ଅନାସ୍ଥା ସପକ୍ଷବାଦୀ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧ ପ୍ଲାଟୁନ ପୁଲିସ ଏବଂ ୫ ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ଥାନା ଅଧିକାରୀ ନୀଳାମ୍ବର ଜାନୀ ସୂଚନା ଦେଇଛନ୍ତି ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories