ଫୁଲବାଣୀ: ସହରରେ ଦିନକୁ ଦିନ ଗ୍ୟାସ ସିଲିଣ୍ଡର ଚୋରା କାରବାର ବଢ଼ିବାରେ ଲାଗିଛି। ସାହି ସାହିରେ ଖୋଲିଛି ବେଆଇନ ଏଲପିଜି ଗୋଦାମ। ଫଳରେ ଗ୍ରାହକମାନେ ଅଧିକ ଦାମ ଦେଇ ସିଲିଣ୍ଡର କିଣିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନଜ଼ରରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଯୋଗଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର ବୁଧବାର ସଦଳବଳ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ନାରାୟଣୀ ସାହିର ସରୋଜ ଚନ୍ଦ୍ର ସାହୁଙ୍କ ଘରୁ ୪୯ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଛି। ଏଥିରେ ଉଭୟ ଘରୋଇ ଏବଂ ବ୍ୟାବସାୟିକ ସିଲିଣ୍ଡର ରହିଛି। ଚଢ଼ାଉରେ ଯୋଗାଣ ଅଧିକାରୀ ସ୍ବର୍ଣ୍ଣମୟୀ ବିଶ୍ୱାଳ, ସହକାରୀ ଯୋଗାଣ ଅଧିକାରୀ ପି. ଭାର୍ଗବୀ, ଟିକାବାଲି ଯୋଗାଣ ଅଧିକାରୀ ଅଞ୍ଜନ କୁମାର ଦିଗାଲ ଓ ଫିରିଙ୍ଗିଆ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ଦାସ ପ୍ରମୁଖ ସାମିଲ ଥିଲେ। ଆଗକୁ ମଧ୍ୟ ଏଭଳି ଚଢାଉ ଜାରି ରହିବ ବୋଲି ଜିଲା ଯୋଗାଣ ଅଧିକାରୀ ମିଶ୍ର କହିଛନ୍ତି।
Popular Categories



