www.samajalive.in
Sunday, December 7, 2025
15.1 C
Bhubaneswar

ଆୟୁଷ୍ମାନ ଭାରତ ସେବା ବନ୍ଦ କରିବେ ହରିୟାଣାର ୬୦୦ ଡାକ୍ତରଖାନା

ସମାଜ ଡିଜିଟାଲ ଡେସ୍କ: ଆୟୁଷ୍ମାନ ଭାରତକୁ ନେଇ କେନ୍ଦ୍ର ସରକାର ବଡ଼ ବଡ଼ କଥା କହୁଛନ୍ତି। କିନ୍ତୁ ବାସ୍ତବରେ ଏହି ଯୋଜନା କାର୍ଯ୍ୟକାରୀ କରିବାର ସରକାର କେତେ ଆଗ୍ରହୀ ତାହା ହରିୟାଣା ଚିତ୍ରରୁ ସ୍ପଷ୍ଟ ହୋଇଛି। କେନ୍ଦ୍ରର ଅବହେଳା ଯୋଗୁ ହରିୟାଣାର ୬୦୦ରୁ ଅଧିକ ଘରୋଇ ଡାକ୍ତରଖାନା ଆସନ୍ତା ଫେବୃୟାରୀ ୩ ତାରିଖରୁ ଆୟୁଷ୍ମାନ ଭାରତ ଯୋଜନାରେ ସେବା ଯୋଗାଣ ବନ୍ଦ କରିବାକୁ ଯାଉଛନ୍ତି। ଭାରତୀୟ ଭେଷଜ ସଂଗଠନ(ଆଇଏମଏ)ର ହରିୟାଣା ଶାଖା ଏହି ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ଡାକ୍ତରଖାନାଗୁଡ଼ିକର ପ୍ରାୟ ୪୦୦ କୋଟି ଟଙ୍କାର ବିଲ୍‌ ବକେୟା ରଖିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଆଇଏମଏ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ରାଜ୍ୟର ୧୩୦୦ ଡାକ୍ତରଖାନାରେ ଆୟୁଷ୍ମାନ ଭାରତ ଯୋଜନାରେ ସେବା ମିଳୁଛି। ସେଗୁଡ଼ିକ ମଧ୍ୟରୁ ୬୦୦ ହେଉଛି ଘରୋଇ ଡାକ୍ତରଖାନା। ୨୦୧୮ରେ ରାଜ୍ୟରେ ଯୋଜନା ଲାଗୁ ହେବା ପରେ ପ୍ରାୟ ୧ କୋଟି ୨୦ ଲକ୍ଷ ଲୋକ ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ହେଲେ ସରକାର ଡାକ୍ତରଖାନାଗୁଡ଼ିକୁ ସେମାନଙ୍କ ପ୍ରାପ୍ୟ ଦେବାରେ ବିଳମ୍ବ କରୁଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories