www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦୁଝରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ୱତନ୍ତ୍ର ବସ୍‌‌ 

କେନ୍ଦୁଝରଗଡ଼: ମହାକୁମ୍ଭ ମେଳା ପରିପ୍ରେକ୍ଷୀରେ କେନ୍ଦୁଝରରୁ ଅଯୋଧ୍ୟାକୁ ସୋମବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ବସ୍‌‌ ସେବା। ରାଜ୍ୟ ସରକାର ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ବସ୍‌‌ରେ ପ୍ରଥମ ଦିନରେ ୫୦ଜଣ ଯାତ୍ରୀଙ୍କ ସହ ୨ଜଣ ଚାଳକ ଓ ପରିବହନ ବିଭାଗର ୨ଜଣ କର୍ମଚାରୀ ଗାଇଡ୍‌ ଭାବେ ଯାତ୍ରାରମ୍ଭ କରିଥିବା କେନ୍ଦୁଝର ଡିଟିଏମ୍‌‌ ଗୌରବ ଜେନା କହିଛନ୍ତି। ଏହି ବସ୍‌‌ କେନ୍ଦୁଝରରୁ ସକାଳ ୯ଟାରୁ ଯାତ୍ରା ଆରମ୍ଭ କରି ବାରାଣସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ୨୪ଘଣ୍ଟାରେ ପହଞ୍ଚିବା ପରେ ପୁଣି ସକାଳ ୯ଟାରୁ ଅଯୋଧ୍ୟାରୁ ବାହାରି ଆସନ୍ତା ୩୧ ତାରିଖ ସକାଳ ୯ଘଟିକାରେ କେନ୍ଦୁଝରରେ ପହଞ୍ଚିବ ବୋଲି ଗୌରବ ଜେନା କହିଛନ୍ତି। ପୁରୁଷ ଯାତ୍ରୀ ପ୍ରତି ୫୬୬୮ଟଙ୍କା ଏବଂ ମହିଳା ଯାତ୍ରୀ ପ୍ରତି ୩୬୮୮ଟଙ୍କା ଭଡ଼ା ମୂଲ୍ୟ ଦେବାକୁ ପଡୁଥିବାବେଳେ ପରିବହନ ବିଭାଗ ପକ୍ଷରୁ ସମସ୍ତ ଯାତ୍ରୀଙ୍କ ପାଇଁ ସକାଳବେଳା ଜଳପାନ ସହ ମଧ୍ୟାହ୍ନଭୋଜନ ଓ ରାତ୍ରିଭୋଜନ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ ବୋଲି ଡିଟିଏମ୍‌‌ ଗୌରବ ଜେନା କହିଛନ୍ତି। ଏହି ସ୍ୱତନ୍ତ୍ର ବସ୍‌‌ ଆସନ୍ତା ଫେବୃୟାରୀ ୨, ୧୦, ୧୭ ଓ ୨୪ ତାରିଖରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାକୁ ଥିବାବେଳେ ଅନ୍‌‌ଲାଇନ ମାଧ୍ୟମରେ ଯାତ୍ରୀ ସେମାନଙ୍କ ଟିକେଟ୍‌‌ ବୁକିଂ କରିବାକୁ କୁହାଯାଇଛି। ଏହି ଉପଲକ୍ଷେ ସରକାରୀ ବସ୍‌‌ଷ୍ଟାଣ୍ଡ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଆଲୋକ କୁମାର ପ୍ରଧାନ ଏବଂ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ବସ୍‌‌ ସେବା ଶୁଭାରମ୍ଭ କରିବା ସହ ସମସ୍ତ ଯାତ୍ରୀଙ୍କ ମଙ୍ଗଳମୟ ଯାତ୍ରା କାମନା କରିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories