www.samajalive.in
Saturday, December 6, 2025
26.1 C
Bhubaneswar

ହତ୍ୟା ଉଦ୍ୟମରେ ୯ ଜଣଙ୍କୁ ଜେଲ ଦଣ୍ଡ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିହିନୀରେ ଏକ ହତ୍ୟା ଉଦ୍ୟମ ଘଟଣା ନେଇ ଟିଟିଲାଗଡ଼ ସବଜଜ କୃଷ୍ଣଚନ୍ଦ୍ର ନାୟକ ଆଜି ୯ ଜଣଙ୍କୁ ଜେଲ ଦଣ୍ଡ ଶୁଣାଇଛନ୍ତି। ଏନେଇ ସରକାରୀ ଅଧିବକ୍ତା ରଘୁନାଥ ରଥଙ୍କ ସୂଚନା ଅନୁଯାୟୀ ୨୦୧୮ରେ ଗ୍ରାମର ଧୈର୍ଯ୍ୟ ଛତର, ବଶିଷ୍ଠ ଛତର ଏବଂ କ୍ଷମା ଛତରଙ୍କୁ ଲୁହା ରଡ଼, ବାଡ଼ି, ଟାଙ୍ଗିଆରେ ଗୁରୁତର ଆକ୍ରମଣ ହୋଇଥିଲା।

୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ

- Advertisement -

ଆହତଙ୍କୁ ପ୍ରଥମେ ଟିଟିଲାଗଡ଼ ତଥା ପରେ ବଲାଙ୍ଗିର ଏବଂ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ଅଭିଯୋଗ କ୍ରମେ ଟିଟିଲାଗଡ଼ ଥାନା ପୁଲିସ ପିଏସ କେଶ ନମ୍ବର ୧୬/୧୯.୧୮ କ୍ରମେ ମାମଲା ରୁଜୁ ସହ ଦଶ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ଏହାକୁ ବିଚାରକୁ ନେଇ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ ପରେ ଅଦାଲତ ବିମଲ ଛତର, ନେପାଲ ଛତର, ଦୂଷିଷ୍ଠ ଛତର, କନିଷ୍ଠ ଛତର, ଶଶିଷ୍ଠ ଛତର, ବାମ ଛତର, ବିବତ୍ସ ଛତର, ମହୀପତି ଛତର, ବୀରେନ୍ଦ୍ର ଛତରଙ୍କୁ ଦୋଷୀ ସାବ୍ୟସ୍ତ ସହ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ୬ ମାସ ଜେଲ ଦଣ୍ଡ କରିଛନ୍ତି। ମାମଲାରେ ଅନ୍ୟତମ ଅଭିଯୁକ୍ତ ଜଣେ ନାବାଳକଙ୍କୁ ବଲାଙ୍ଗିର ସୁଧାର ଗୃହକୁ ପଠାଯାଇଛି।

ଗ୍ରାହକଙ୍କ ପାଇଁ ବିଏସଏନଏଲ୍‌ ଆଣିଲା ବଡ ଆଶ୍ୱସ୍ତି; ମାତ୍ର ୧୦୦ ଟଙ୍କାର ଏହି ପ୍ଲାନ୍‌ରେ ବର୍ଷଯାକ ମିଳିବ ଡାଟା ସହ ସବୁ ସୁବିଧା

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories