www.samajalive.in
Friday, December 12, 2025
16.1 C
Bhubaneswar

୨ କୋଟି ଟଙ୍କା ପାଇଁ ଅପହରଣ : ଏସ୍‌ପି

ଦିଗପହଣ୍ଡି : ୪ ଅପହୃତ ଯୁବକ ଅପହରଣ ମାମଲା। ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି। ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଅଛନ୍ତି। ଅପହରଣକାରୀମାନେ ଯୁବକ ମାନଙ୍କୁ ଭୁବନେଶ୍ଵରରୁ ଅପହରଣ କରି ଗଞ୍ଜାମରେ ଆଣି ରଖିଥିଲେ। ଋଣ କାରବାରକୁ ନେଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ୪ ଜଣ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ। ଲୋନ୍ ଦେବା ପୂର୍ବରୁ ପ୍ରୋଜେକ୍ଟ ଦେଖିବାକୁ ଆସିଥିବାବେଳେ ଅପହରଣ କରାଯାଇଛି। ଯୁବକଙ୍କୁ ଉଦ୍ଧାର ହୋଇଥିବା ସ୍ଥାନରୁ ନାଗ ସାପ ମଧ୍ୟ ଉଦ୍ଧାର କରାଯାଇଛି। ଗଞ୍ଜେଇ କାରବାର ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଥିବା ସୂଚନା ଦେଇଛନ୍ତି ଏସପି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories