www.samajalive.in
Saturday, December 13, 2025
21.1 C
Bhubaneswar

୨୦ ଘଣ୍ଟା ପରେ ଭୀମକୁଣ୍ଡରେ ଭାସି ଯାଇଥିବା ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଠାକୁରମୁଣ୍ଡା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରୁ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡକୁ ରବିବାର ବଣଭୋଜି କରିବାକୁ ଆସି ଜଣେ ନଦୀର ପ୍ରଖର ସ୍ରୋତ ପାଣିରେ ଭାସି ନିଖୋଜ ହୋଇ ଯାଇଥିଲେ। ନିଖୋଜ ହେବାର ଗୋଟିଏ ଦିନ ପରେ ସୋମବାର ସକାଳେ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମ କରି ମୃତଦେହକୁ ଉଦ୍ଧାର କରିଛନ୍ତି ।
ମୃତକ ହେଉଛନ୍ତି ବାଲିକୁଦା ଅଞ୍ଚଳର ନିତ୍ୟାନନ୍ଦ ଦାସଙ୍କ ପୁଅ ବିଶ୍ୱଜିତ (୨୧) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ବାଲିକୁଦା ଅଞ୍ଚଳର ଜ୍ୟୋତି ମୋଟର୍ସର ୧୭ ଜଣ କର୍ମଚାରୀ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡକୁ ବଣଭୋଜି କରିବାକୁ ଆସିଥିଲେ। ଗତକାଲି ଦିନ ପ୍ରାୟ ୧ଟା ସମୟରେ ବୈତରଣୀ ନଦୀର ଭୀମକୁଣ୍ଡର ଉପରମୁଣ୍ଡରେ କେତେଜଣ ନଦୀ ପାଣିରେ ଗାଧୋଉଥିଲେ।
ସେମାନଙ୍କ ମଧ୍ୟରୁ ବିଶ୍ୱଜିତ ନଦୀ ସ୍ରୋତ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଏନେଇ ଅନ୍ୟମାନେ ଠାକୁରମୁଣ୍ଡା ଥାନାକୁ ସୂଚନା ଦେବା ପରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ଠାକୁରମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାଣି ଭିତରେ ପଶି ଖୋଜାଖୋଜି କରି ବିଫଳ ହେବା ପରେ ସୋମବାର ସକାଳୁ ବାରିପଦାରୁ ଓଡ୍ରାଫ ଟିମ ପହଞ୍ଚି  ଗଭୀର ପାଣି ଭିତରୁ ଖୋଜି ମୃତଦେହକୁ ଉଦ୍ଧାର କରିଛି। ଘଟଣାସ୍ଥଳରେ ଠାକୁରମୁଣ୍ଡା ବିଡିଓ ସ୍ବପ୍ନେଶ୍ବର ବେହେରା, ତହସିଲଦାର ଉପସ୍ଥିତ ରହିଥିଲେ। ମୃତଦେହକୁ  ଠାକୁରମୁଣ୍ଡା ଥାନା ପୁଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି।

ଦେଖନ୍ତୁ ଭିଡିଓ ; ରଖେ ହରି ତ ମାରେ କିଏ, ୧୩ ମହଲାରୁ ଖସିଲା ୨ ବର୍ଷର ଶିଶୁ, ଏମିତି ବଞ୍ଚିଲା ଜୀବନ

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories