ହରିରାଜପୁରରେ ବୋମାମାଡ଼

ସମାଜ ଡିଜିଟାଲ ଡେସ୍କ: ପୁରୀ ଜିଲା ହରିରାଜପୁର ଅଞ୍ଚଳରେ ରବିବାର ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ରାସ୍ତାରେ ପଥର ଗଦା କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିଥିଲା। ଏହାକୁ କେନ୍ଦ୍ର କରି ରବିବାର ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଗୋଟିଏ ପରିବାର ପକ୍ଷରୁ ଅନ୍ୟ ଏକ ପରିବାରର ଘର ସମ୍ମୁଖରେ ବୋମାମାଡ଼ କରାଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।
Comments are closed.