ଛତିଶଗଡ: ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୁଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସୂଚନା ମୂତାବକ ଛତିଶଗଡ ବିଜାପୁରର ଭୈରବମଡ ଥାନା କେଶମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ପୁଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଘରେ ପଶି ଜଣେ ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି। ମୃତକ ହେଲେ ହିଡ଼ମା ସୋଡି। ହିଡମା ମାଓବାଦୀଙ୍କ ବିରୋଧରେ ପୁଲିସ୍ କୁ ଖବର ଦେଉଥିବା ନେଇ ମାଓବାଦୀମାନଙ୍କୁ ଖବର ମିଳିଥିଲା। ଯାହାକୁ ନେଇ ସେମାନେ ଘରେ ପଶି ହିଡମାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୁଲିସକୁ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲି ପୋଷ୍ଟରରେ ଉଲ୍ଲେଖ ରଖାଯାଇଛି।
Popular Categories



