www.samajalive.in
Saturday, December 6, 2025
23.1 C
Bhubaneswar

ଟ୍ରମ୍ପଙ୍କ ଆଗରେ ହାର ମାନିଲେ କଲମ୍ବିଆ ରାଷ୍ଟ୍ରପତି

ସମାଜ ଡିଜିଟାଲ ଡେସ୍କ: ଅନିଚ୍ଛା ସତ୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ହାର ମାନିଛନ୍ତି କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ। ପେଟ୍ରୋ ଛୋଟିଆ ଦେଶଟିଏ ହେଲେ ବି ଟ୍ରମ୍ପଙ୍କୁ ନାଲି ଆଖି ଦେଖାଇବାକୁ ପଛାଇ ନାହାନ୍ତି। ହେଲେ ଶେଷରେ ତାଙ୍କୁ ନରମିବାକୁ ପଡ଼ିଛି।

ଟ୍ରମ୍ପ କ୍ଷମତାକୁ ଫେରିବା ପରେ ଆମେରିକାରେ ବେଆଇନ ଭାବେ ରହୁଥିବା ଦେଶାଟନକାରୀଙ୍କୁ ସେମାନଙ୍କ ଦେଶକୁ ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ଟ୍ରମ୍ପ ପ୍ରଶାସନ ସେମାନଙ୍କୁ ଯେଉଁଭଳି ହାତକଡ଼ି ପକାଇ ବିମାନ ଯୋଗେ ନିଜ ନିଜ ଦେଶକୁ ଫେରାଉଛି ତାହାକୁ ନେଇ କଲମ୍ବିଆ, ବ୍ରାଜିଲ ସମେତ ଅନେକ ଦେଶ ପ୍ରତିବାଦ କରିଛନ୍ତି। କଲମ୍ବିଆର ଦେଶାଟନକାରୀଙ୍କୁ ମଧ୍ୟ ଟ୍ରମ୍ପ ପ୍ରଶାସନ ହାତକଡ଼ି ପକାଇ ସାମରିକ ବିମାନରେ ପଠାଇଥିଲା, ଯାହାର ପ୍ରତିବାଦ କରି ବିମାନକୁ ଫେରାଇ ଦେଇଥିଲେ ପେଟ୍ରୋ। ପ୍ରବାସୀମାନଙ୍କୁ ସମ୍ମାନ ସହକାରେ ପଠାଇବାକୁ ପେଟ୍ରୋ ଦାବି କରିଥିଲେ। ପେଟ୍ରୋଙ୍କ ଏହି ପଦକ୍ଷେପକୁ ନେଇ ଟ୍ରମ୍ପ କଲମ୍ବିଆ ଉପରେ ତୁରନ୍ତ ଆର୍ଥିକ କଟକଣା ଲାଗୁ କରିଦେଇଥିଲେ। ଏପରି କି କଲମ୍ବିଆ ଅଧିକାରୀମାନଙ୍କ ଉପରେ ଆମେରିକାରେ ପ୍ରବେଶ କଟକଣା ବି ଜାରି କରିଥିଲେ। କଲମ୍ବିଆର ସାମଗ୍ରୀ ଉପରେ ୨୫ ପ୍ରତିଶତ ଟିକସ ଲାଗୁ କରିବା ସହିତ ସପ୍ତାହେ ମଧ୍ୟରେ ତାହାକୁ ୫୦ ପ୍ରତିଶତ ବୃଦ୍ଧି କରାଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ। ଶେଷର ଉପାୟଶୂନ୍ୟ ହୋଇ ପେଟ୍ରୋଙ୍କୁ ପଛଘୁଞ୍ଚା ଦେବାକୁ ପଡ଼ିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories