ଆସିଗଲା ନୂଆ ରିଚାର୍ଜ ପ୍ଲାନ୍; ଜାଣନ୍ତୁ ଜିଓ, ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ମଧ୍ୟରୁ କିଏ ଦେବ ସବୁଠାରୁ ଶସ୍ତା ପ୍ଲାନ୍..

ନୂଆଦିଲ୍ଲୀ : ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଟ୍ରାଇର ନିର୍ଦ୍ଦେଶ ପରେ ନୂଆ ରିଚାର୍ଜ ପ୍ଲାନ୍କୁ ଲଞ୍ଚ କରିଛି । ଏହି ରିଚାର୍ଜ ପ୍ଲାନ୍ରେ କେବଳ କଲିଙ୍ଗ୍ ଓ ଏସଏମଏସ୍ର ସୁବିଧା ରହିଛି।
ଟ୍ରାଇ ଟେଲିକମ୍ କମ୍ପାନୀ ଗୁଡିକୁ କେବଳ କଲିଙ୍ଗ୍ ଓ ଏସଏମ୍ଏସ ଥିବା ପ୍ଲାନ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲା । ସଂସ୍ଥା ଜଣାଇଥିଲା ଅନେକ ଉପଭୋକ୍ତା କେବଳ କଲିଙ୍ଗ୍ ଓ ଏସଏମଏସ୍ର ସେବା ବ୍ୟବହାର କରୁଛନ୍ତି ।
ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆର ୩ଟି ରିଚାର୍ଜ ପ୍ଲାନ୍ ବିଷୟରେ ଓ ଏହାର ଦାମ୍, ସୁବିଧା ବିଷୟରେ ଜାଣନ୍ତୁ..
ଜିଓ ନିଜର ଆଣିଥିବା ନୂଆ ରିଚାର୍ଜ ପ୍ଲାନ୍ ଅନୁଯାୟୀ, ଏହାର ଦାମ୍ ୪୪୮ ଓ ୧୭୪୮ ଟଙ୍କା। ଏଥିରେ ଆପଣଙ୍କୁ ୮୪ ଓ ୩୩୬ ଦିନର ସମୟସୀମା ମିଳିବ।
ମୌନୀ ଅମାବାସ୍ୟାରେ ବାସ୍ ଏହି ସରଳ ଉପାୟରେ ଶାନ୍ତ ହେବେ ରାହୁ-କେତୁ; ଦୂର ହେବ ପିତୃଦୋଷ, ମିଳିବ ଧନ..
ଏହି ପ୍ଲାନ୍ରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ୍, ଏସ୍ଏମ୍ଏସ୍ ଓ କିଛି ସ୍ୱତନ୍ତ୍ର ଆପ୍ର ସୁବିଧା ମଧ୍ୟ ମିଳିବ।
ସେହିପରି ଏୟାରଟେଲ୍ ମଧ୍ୟ ୪୬୯ ଓ ୧୮୪୯ ଟଙ୍କାର ନୂଆ ରିଚାର୍ଜ ପ୍ଲାନ୍ ଆଣିଛି। ଏଥିରେ ଉପଭୋକ୍ତାଙ୍କୁ ୮୪ ଦିନ ଓ ୩୩୬ ଦିନର ସମୟସୀମା ମିଳିବ। ଅସୀମିତ କଲିଙ୍ଗ୍, ଏସ୍ଏମ୍ଏସ୍ ଓ ନିର୍ଦ୍ଦିଷ୍ଟ କିଛି ଆପ୍ର ସୁବିଧା ମଧ୍ୟ ମିଳିବ ।
୧୪୪ ବର୍ଷ ପରେ ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ୩ ରାଶି ହେବେ ଭାଗ୍ୟବାନ୍, ମିଳିବ ଧନ, ଅତ୍ୟନ୍ତ ଶୁଭଫଳ..
ଏହାସହ ଭୋଡାଫୋନ୍ ଆଇଡିଆ ଟ୍ରାଇର ନିର୍ଦ୍ଦେଶ ପରେ ୧୪୬୦ ଟଙ୍କାର ଏକ ନୂଆ ରିଚାର୍ଜ ପ୍ଲାନ୍ ଆଣିଛି । ଏଥିରେ ଅସୀମିତ କଲିଙ୍ଗ୍, ଏସଏମ୍ଏସ୍ ସହ ୨୭୦ ଦିନର ସମୟସୀମା ମଧ୍ୟ ମିଳିବ ।
Comments are closed.