ପୂର୍ବତନ ମୁଖ୍ୟଯନ୍ତ୍ରୀ ଅଜିତ ରଏଙ୍କ ପରଲୋକ

ସମାଜ ଡିଜିଟାଲ ଡେସ୍କ: ଜଳ ସମ୍ପଦ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଅଜିତ କୁମାର ରଏଙ୍କ ପରଲୋକ ଘଟିଛି। ଗତ ଶନିବାର ତାଙ୍କର ଦେହାନ୍ତ ହୋଇଛି। ଅଶୀ ଦଶକରେ ରାଜ୍ୟରେ କେତେକ ଗୁରୁତ୍ଵପୂର୍ଣ୍ଣ ନଦୀବନ୍ଧ ନିର୍ମାଣ ଦାୟିତ୍ଵରେ ସେ ରହିଥିଲେ। ବିଶ୍ଵବ୍ୟାଙ୍କ ସହାୟତାରେ ନିର୍ମିତ ଏହି ନଦୀବନ୍ଧଗୁଡ଼ିକ ହେଉଛି ଫୁଲବାଣୀ ନିକଟରେ ଥିବା ପିଲାସାଲକି ଡ୍ୟାମ, ଦଶପଲ୍ଲା ନିକଟ କୁଆଁରିଆ ଡ୍ୟାମ ଏବଂ ଭଞ୍ଜନଗର ନିକଟ ଦହ ଡ୍ୟାମ। କଟକ ମହାନଦୀ ବ୍ୟାରେଜ ନିର୍ମାଣ ମଧ୍ୟ ଅଜିତଙ୍କ ତତ୍ତ୍ଵାବଧାନରେ ହୋଇଥିଲା। ସେ କଟକ ରେଭେନ୍ସା କଲେଜ ଏବଂ ପାଟନା ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରିଥିଲେ। ତାଙ୍କର ସ୍ତ୍ରୀ ଏବଂ ୩ ସନ୍ତାନ ରହିଛନ୍ତି।
Comments are closed.