www.samajalive.in
Sunday, December 7, 2025
26.1 C
Bhubaneswar

ବର୍ଷାରେ ଭିଜିବ ରଥଯାତ୍ରା: ୮ ତାରିଖ ପରେ କମିବ ବର୍ଷାର ପରିମାଣ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସହିତ ଉତ୍ତର ଏବଂ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡା, ନବରଙ୍ଗପୁର ଏବଂ କନ୍ଧମାଳରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କୋରାପୁଟ ଏବଂ ମାଲକାନଗିରି ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ, ରାୟଗଡା, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ ଏବଂ କଳାହାଣ୍ଡିରେ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲାର ଜାମସୋଲାଘାଟରେ ସବୁଠୁ ଅଧିକ ୯୫.୮ମି.ମି ବର୍ଷା ଏବଂ ଗୁଣୁପୁରରେ ୭୬.୨ମି.ମି ବର୍ଷା ରେକର୍ଡ ହୋଇଥିବାବେଳେ ଶନିବାର ସକାଳ ସାଢେ ୮ଟାରୁ ସନ୍ଧ୍ୟା ୫.୩୦ମିନିଟ ମଧ୍ୟରେ ବାରିପଦା ୯୨ମି.ମି, ତାଳଚେର ୪୩ମି.ମି, ବୌଦ୍ଧ ୩୧ମି.ମି, ନୟାଗଡ ୩୦ମି.ମି, ବଲାଙ୍ଗିର ୧୫ମି.ମି ଏବଂ ଅନୁଗୋଳ ୧୦ମି.ମି ବର୍ଷା ହୋଇଛି।  ୮ତାରିଖ ପରେ ବର୍ଷା ପରିମାଣ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories